ରଣପୁର ରେ ଆଜି ନିରାଡ଼ମ୍ବର ସହକାରେ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ ରବିବାର) ରଣପୁର :- ରଣପୁର ରେ ଆଜି ନିରାଡ଼ମ୍ବର ସହକାରେ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ୨୩ ତାରିଖ ୧୮୯୭ ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଉତ୍ସବକୁ ରଣପୁର ନିର୍ବାଚନ ମଣ୍ଡଳୀ ର ରଣପୁର ଏନଏସିରେ ନେତାଜୀ ଭାବେ ଜୟନ୍ତୀ ପାଳିତ ହୋଇଛି । ରଣପୁର ଜେଲ ଛକ ସ୍ଥିତ ଖେଳ ପଡିଆ ପ୍ରାଙ୍ଗଣଠାରେ ସୁବ୍ୟବସ୍ଥିତ ଢଙ୍ଗରେ ପାଳିତ ହୋଇଛି ନେତାଜୀଙ୍କ ଜୟନ୍ତୀ । ଏହାର ଆୟୋଜକ ଥିଲେ ଦୀପକ ଚନ୍ଦ୍ର ମତ୍ତା ,ଯୋଗିନାଥ ପରିଡା ଏବଂ ରାଜ୍ୟ ସ୍ତରୀୟ ସାମ୍ବାଦିକ ଅଭିମନ୍ୟୁ ମହାରଣା ।

ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ପୂର୍ବତନ ସମିତିସଭ୍ୟ ତଥା ବରିଷ୍ଠ ଆଇନଜୀବୀ ଏବଂ ରଘୁଦିବାକର ଆସୋସିଏସନ ର ସଭାପତି ସୁରେଶ ଚନ୍ଦ୍ର ମିଶ୍ର , କନ୍ଧନୟାଗଡ଼ ର ପୂର୍ବତନ ସମିତିସଭ୍ୟ ମନୋଜ ଦାସ , ପ୍ରାଧ୍ୟାପକ କାଶୀନାଥ ପ୍ରଧାନ , ହରିଜନ ଆଦିବାସୀଙ୍କ ର ବିଜୁ ଜନତା ଦଳର ବ୍ଲକ ସଭାପତି ସୁରେଶ ନାୟକ ଏତଦବ୍ୟତୀତ ଆଜାଦ ହିନ୍ଦ ଫୌଜର କ୍ଷେତ୍ରବାସୀ ପ୍ରଧାନ ଙ୍କ ପୁତ୍ର ହୃଷିକେଶ ପ୍ରଧାନ ଙ୍କ ସହ କିଶୋର ପଟ୍ଟନାୟକ , ରାଜୀବ ଲୋଚନ ପ୍ରଧାନ ଇତ୍ୟାଦି ଯୋଗ ଦେଇଥିଲେ । ଏଥିରେ ନେତାଜୀ ସୁବାଷ ବୋଷ ଙ୍କ ସମ୍ପର୍କରେ ସମସ୍ତ ଅତିଥି ନିଜ ନିଜର ଅଭିମତ ରଖିଥିଲେ । ନେତାଜୀଙ୍କ ୧୮୯୭ ମସିହାରେ ଜନ୍ମ ଗ୍ରହଣର ୧୨୫ ତମ ଜୟନ୍ତୀ ଅବସରରେ ଉପସ୍ଥିତ ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।

ସୁରେଶ ଚନ୍ଦ୍ର ମିଶ୍ର ସେହି ସଭା ର ସଭାପତିତ୍ୱ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଦିବସରେ ତାଙ୍କର ଗୁଣ କୀର୍ତ୍ତନ କରାଯାଇଥିଲା । ଯୁବ ସମୂହ ଜେଲ ଛକ ଠାରେ ଏକ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତି ସହ ତାଙ୍କ ସ୍ମୃତିରେ ପାର୍କ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଉକ୍ତ ପ୍ରସ୍ତାବ କୁ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ଆଜିର ସଭାର ସଭାପତି ଙ୍କୁ ଅନୁରୋଧ କରିଥିଲେ । ପରେ ସଭାପତି ଯୁବକ ମାନଙ୍କୁ ତାଙ୍କ ପ୍ରସ୍ତାବ ମାଧ୍ୟମରେ ରଣପୁର ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଜରିଆରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପ୍ରସ୍ତାବ ରଖିଥିଲେ ।

ଯେଉଁଭଳି ନେତାଜୀଙ୍କ ସ୍ମୃତିକୁ ମନେ ପକାଇବା ପାଇଁ ୧୨୫ ତମ ଜୟନ୍ତୀ ପାଳନ କରାଯାଇଥିଲା ସେପରି ପ୍ରତି ବର୍ଷ ନେତାଜୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରି ବର୍ତ୍ତମାନ ଯୁବ ସମାଜ ଦେଶକୁ ବା ରାଜ୍ୟକୁ ନେତାଜୀଙ୍କ ର ଆଦର୍ଶ ରେ ଅନୁପ୍ରାଣିତ କରିବା ପାଇଁ ସମସ୍ତ ଉପସ୍ଥିତ ଅତିଥି ବୃନ୍ଦ ଆହ୍ୱାନ ଦେଇଥିଲେ । ଏବଂ ରଣପୁର ର ୧୪ ନମ୍ବର ୱାର୍ଡ ର ତିନି ତିନିଜଣ ଆଜାଦ ହିନ୍ଦ ଫୌଜ ରେ ଯୋଗ ଦେଇ ନିଜକୁ ସ୍ୱାଧୀନତା ସଂଗ୍ରାମୀ ଭାବେ ପ୍ରତିଷ୍ଠା କରିପାରିଥିଲେ । ସେମାନଙ୍କ ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଏକ ବିଶିଷ୍ଟ କାର୍ଯ୍ୟକ୍ରମ ଦୃଷ୍ଟି କୋଣରୁ ବିଧାୟକ ଙ୍କ ଜରିଆରେ ସୁବାଷ ବୋଷ ଙ୍କ ନାଁରେ ନାମିତ ପାର୍କ ପ୍ରତିଷ୍ଠାର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଆଣିଥିଲେ ।

ଏହା ରଘୁ – ଦିବାକର ଅର୍ଜୁନ ରାଉତ ଙ୍କ ର ମାଟି ହୋଇଥିବା ହେତୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ଗଠନ କରାଯାଇ ତାଙ୍କୁ ସମ୍ମାନିତ କରିବା ପାଇଁ ସାଧାରଣ ରେ ପ୍ରସ୍ତାବ ଉପସ୍ଥିତ ହୋଇଥିଲା । ଜନସାଧାରଣ ଏହାକୁ ସମ୍ମାନ ଦେବା ସହ ଉକ୍ତ ପ୍ରସ୍ତାବ ଉପରେ କାର୍ଯ୍ୟ କରାଇବା ଦିଗରେ ଦାବି ପ୍ରଦାନ କରିଥିବା ଜଣାଯାଇଛି ।

Exit mobile version