ଓଡ଼ଗାଁ ବ୍ଲକର ୧ ନମ୍ବର ଜୋନ ପାଇଁ ଚିନ୍ତାରେ – ଇରାନି

ଓଡ଼ଗାଁ ରାଜନୀତି ବେଶ ରୋଚକ ସ୍ଥିତିରେ ପହଞ୍ଚିଛି ୨୦୧୭ ତୁଳନାରେ ୨୦୨୨ ନିର୍ବାଚନରେ ଓଡ଼ଗାଁ ରାଜନୈତିକ ଚିତ୍ରପଟ୍ଟ ସମ୍ପୂର୍ଣ୍ଣ ବଦଳି ଯାଇଛି । ପଞ୍ଚାୟତ ସମିତି ସହ ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ କିଏ ହାତେଇବ ତାହାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି ।

ଓଡ଼ଗାଁ ବ୍ଲକ ଅଧିନରେ ଥିବା ୨ଟା ଯାକ ଜୋନ୍ ବିଜେଡି ଅକ୍ତିଆରରେ ରହିଆସିଛି । ଗତ ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହୋଇଥିବା ଦେଖିବାକୁ ମିଳିଥିଲା । ବିଜେପିକୁ ତୃତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହେବାକୁ ପଡିଥିଲା ।

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଜାନୁଆରୀ ରବିବାର) ଓଡ଼ଗାଁ :- ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହିଁ ଦଳର ପରାକାଷ୍ଠା ଦେଖାଇବାର ମୁଖ୍ୟ ମାଧ୍ୟମ । ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଏବେ ତୃଣମୂଳସ୍ତରରେ ଉଷ୍ମ ହେଉଛି ରାଜନୀତି । ତେଣୁ ପଞ୍ଚାୟତ ନିର୍ବାଚନର ଫଳାଫଳ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାକୁ ଥିବାରୁ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ହାତେଇବାକୁ ସବୁ ଦଳ ଆଶା ରଖିଛନ୍ତି । ଆଉ ଏସବୁ ଭିତରେ ଓଡ଼ଗାଁ ରାଜନୀତି ବେଶ ରୋଚକ ସ୍ଥିତିରେ ପହଞ୍ଚିଛି । ୨୦୧୭ ତୁଳନାରେ ୨୦୨୨ ନିର୍ବାଚନରେ ଓଡ଼ଗାଁ ରାଜନୈତିକ ଚିତ୍ରପଟ୍ଟ ସମ୍ପୂର୍ଣ୍ଣ ବଦଳି ଯାଇଛି । ପଞ୍ଚାୟତ ସମିତି ସହ ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ କିଏ ହାତେଇବ ତାହାକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି ।

ଓଡ଼ଗାଁ ବ୍ଲକରେ ଚଳିତ ବର୍ଷ ୧ ନଂ ଜୋନ ଜିଲ୍ଲା ପରିଷଦ ଆସନ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଅଛି । ନୟାଗଡ଼ ନିର୍ବାଚନମଣ୍ଡଳୀ ଓଡ଼ଗାଁ ବ୍ଲକ ଅଧିନରେ ଥିବା ୨ଟା ଯାକ ଜୋନ୍ ବିଜେଡି ଅକ୍ତିଆରରେ ରହିଆସିଛି । ଗତ ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ବିଜେଡି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହୋଇଥିବା ଦେଖିବାକୁ ମିଳିଥିଲା । ବିଜେପିକୁ ତୃତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହେବାକୁ ପଡିଥିଲା । ଗତ ବିଧାନସଭା ନିର୍ବାଚନରେ ବିଜେପିର ସ୍ଥିତି ସାମାନ୍ୟ ଭଲ ଥିବାବେଳେ ସମୟ ପରିବର୍ତ୍ତନ ସହ ଓଡ଼ଗାଁ ବ୍ଲକର ୯ ଗୋଟି ପଂଚାୟତକୁ ନେଇ ଗଠିତ ୧ ନଂ ଜୋନ ଜିଲ୍ଲା ପରିଷଦ ଆସନର ରାଜନୀତିକ ସମିକରଣ ମଧ୍ୟ ଗୋଳିଆ ହୋଇଅଛି ।

ଇତି ମଧ୍ୟରେ ବିଜେଡି ପକ୍ଷରୁ କୁରାଳ ସରପଞ୍ଚ ଝିଲି ପ୍ରଧାନଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିବାସ୍ଥଳେ ବିଜେପି ପକ୍ଷରୁ ଧରିତ୍ରୀ ସେଠୀ ଓ କଂଗ୍ରେସ ପକ୍ଷରୁ ଜୋସ୍ନାରାଣୀ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ନୟାଗଡ଼ର ଶୀର୍ଷ ନେତୃତ୍ୱଙ୍କ ଅପାରଗତା,ଦଳୀୟ କନ୍ଦଳ ତଥା ନାରୀନେତ୍ରୀ ଇରାନୀ ରାୟଙ୍କ କାର‌୍ୟ୍ୟକ୍ରମରେ ବିମୁଖ ହୋଇ ଓଡ଼ଗାଁ ବିଜେପିର ବହୁ ଟାଣୁଆନେତା ଦଳତ୍ୟାଗ କରିଛନ୍ତି ଆଉ କିଛି ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡିଛନ୍ତି । ଯାହାର ଫାଇଦା ବିଜେଡିକୁ ନିଶ୍ଚୟ ମିଳିବ ଏଥିରେ ଦ୍ବିମତ ନାହିଁ । ବିଶେଷ କରି ଓଡ଼ଗାଁ ୧ ନଂ ଜୋନ କୁରାଳ, କୋମଣ୍ଡ,ଗିରିଡିପଲ୍ଲୀ, ସୁନାମୁଁହି, ରୋହିବାଙ୍କ, ରଂଗଣିପାଟଣା, ପନ୍ତିଖାରୀ, ରବିଗାଡ଼ିଆ, ପାଣ୍ଡେରିପଡା ଗ୍ରାମପଞ୍ଚାୟତକୁ ନେଇ ଗଠିତ ।

ସାଧାରଣ ନିର୍ବାଚନ ପରେ ବିଜେଡିକୁ କେବଳ ଫାଇଦା ହୋଇଅଛି ତାହା ନୁହେଁ ବରଂ ବିଜେପିକୁ ବଡ଼ ଝଟକା ଲାଗିଅଛି । କୋମଣ୍ଡ ଗ୍ରାମପଞ୍ଚାୟତରେ ଇରାନୀଙ୍କ ପ୍ରମୁଖ ସହଯୋଗୀ ପୂର୍ବତନ ସରପଞ୍ଚ ନୀଳମଣି ସାହୁ,ବିନାୟକ ପ୍ରଧାନ,ରବି ଦାସ, ଦୋଳିଆ ବାରିକ,କୌଷିକ ଆଲଟିଆ, ବୃଦ୍ଧାବନ ଜଳେଇ, ଶରତ ପ୍ରଧାନ (ମହନ୍ତ ), ଗୋଲକ ନାୟକ, ବସନ୍ତ ନାୟକ, ମନମୋହନ ନାୟକ, ଭିମସେନ ନାୟକ, ନାରାୟଣ ସାହୁ, ଜନାର୍ଦନ ପ୍ରଧାନ, ଘନପ୍ରଧାନ, ନବସେନାପତି, ଅର୍ଜୁନ ପ୍ରଧାନ ତାଙ୍କର ୫୦ରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ଠିକ ସେହିପରି ରବିଗାଡିଆର ବିଜେପି ନେତା କୃଷ୍ଣ ସାହୁ ନିଜ ସମର୍ଥକଙ୍କ ଗହଣରେ ବିଜେଡିରେ ଯୋଗ ଦେଇଛନ୍ତି ଯାହା ଫଳରେ ଉକ୍ତ ପଞ୍ଚାୟତରେ ବିଜେପି ମୁରବିଶୂନ୍ୟ ହୋଇପଡିଛି ।

ଗିରିଡିପଲ୍ଲୀ ଗ୍ରାମରେ ବିଜେପିର ସାମାନ୍ୟତମ ସ୍ଥିତି ଥିବାସ୍ଥଳେ ଗତ ସାଧାରଣ ନିର୍ବାଚନରେ ବିଜେଡି ବହୁ ଆଗରେ ଥିଲା । ଦଳର ବହୁ ସମର୍ଥକ ଦେବରାଜ ପାହାନ ,ପ୍ରସନ୍ନ ବେହେରା ,ପ୍ରେମାନନ୍ଦ ବେହେରା ପ୍ରମୁଖ ବିଜେପି ନେତା ବିଜେଡିର ମିଶିଥିବାବେଳେ ଧଝୋଲା ଗ୍ରାମର ତ୍ରିନାଥ ନାୟକ ,ଆନନ୍ଦ ନାୟକ, ଅମୂଲ୍ୟ ନାୟକ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଠିକ ସେହିପରି ରୋହିବାଙ୍କ ପଞ୍ଚାୟତ ବିଜେପି ନେତା ମାଧବ ଚନ୍ଦ୍ର ସାହୁ ବିଜେଡିରେ ସାମିଲ ହେବା ଦ୍ୱାରା ଆଗାମୀ ନିର୍ବାଚନରେ ବିଜେଡି ଆଶାତୀତ ସଂଖ୍ୟାରେ ବିଜୟର ହାର ବୃଦ୍ଧି ପାଇବ ବୋଲି କୁହାଯାଇପାରେ । କୁରାଳ ପଂଚାୟତର ଅସନ୍ତୁଷ୍ଟ ବହୁ କର୍ମୀ ପୂର୍ବରୁ ଘର ବାହୁଡା କରିଛନ୍ତି ଯାହାକି ଆଗାମୀ ନିର୍ବାଚନରେ ବିଜେଡି ପାଇଁ ଲାଭଦାୟକ ହେବ ।

ଓଡ଼ଗାଁ ବ୍ଲକ ବିଜେପିର ଦୁଇ ହେଭିୱେଟ ପାଣ୍ଡେରିପଡା ମଦନପୁର ଗ୍ରାମର ବିପ୍ର ବଳିଆର ସିଂ ଙ୍କ ସମେତ ବିଜେପି ନେତା ରାଜକିଶୋର ନାୟକ,ସୁଶାନ୍ତ ଶେଖର ନାୟକ, ସୁବାସ ଚନ୍ଦ୍ର ସାହୁ ,ଯୁଧିଷ୍ଠିର ବେହେରା ,ହିମାଂଶୁ ଶେଖର ନାୟକ, ମନୋଜ କୁମାର ସାହୁ ,ଲଡୁ ପ୍ରଧାନ ପ୍ରମୁଖ ବିଜେଡିରେ ସାମିଲ ହେବା ଦ୍ୱାରା ପାଣ୍ଡେରିପଡା ପାଇଁ ଇରାନୀଙ୍କ ଦ୍ଵାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ଠିକ ସେହିପରି ଓଡ଼ଗାଁର ପ୍ରମୁଖ ବିଜେପି ନେତା ରାମହରି ଚୌଧୁରି, ସୁନୀଲ ପ୍ରଧାନ ନିଜ ନିଜର ସମର୍ଥକଙ୍କ ସହ ମଧ୍ୟ ଶଙ୍ଖ ଶିବିରରେ । ଯାହା ଫଳରେ ସୁନାମୁଁହି ଗ୍ରାମପଞ୍ଚାୟତରେ ଦଳ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବ ।

ପ୍ରତ୍ୟେକ ପଞ୍ଚାୟତର ପରିସଂଖ୍ୟାନକୁ ଦେଖିଲେ ବିଜେଡି ପ୍ରାର୍ଥୀ ଝିଲି ପ୍ରଧାନଙ୍କର ବିଜୟ ଏକ ପ୍ରକାର ନିଶ୍ଚିତ ତାହା ଜଳଜଳ ହୋଇ ଦେଖାଗଲାଣି । ଦଳରେ ନେତୃତ୍ୱର ଘୋର ଅଭାବ ହିଁ ବିଜେପିକୁ ଚଳିତ ପଞ୍ଚାୟତ ନିର୍ବାଚନରେ ୧ନଂ ଜୋନରେ ବ୍ୟାକଫୁଟକୁ ଠେଲିବ ବୋଲି ଚର୍ଚ୍ଚା ହେଉଛି । କାରଣ ଜିଲ୍ଲାରେ ଦଳର ଶୀର୍ଷ ନେତୃତ୍ୱ କୁହାଯାଉଥିବା ଲାଲା ମନୋଜ ରାୟ ଏବଂ ତାଙ୍କ ସହଧର୍ମିଣୀ ଇରାନୀ ରାୟ କେବଳ ହାତଗଣତି କିଛି ନେତାଙ୍କ ଇଶାରାରେ କାର‌୍ୟ୍ୟ କରିବା ସହ ସାଧାରଣ ଲୋକଙ୍କ ସହ ସାମିଲ ନ ହେଉଥିବାରୁ ନେତା ଓ କର୍ମୀଙ୍କ ମଧ୍ୟରେ ତାଳମେଳ ରହୁନଥିବା କୁହାଯାଉଛି ।

 

Exit mobile version