Home ଓଡ଼ିଶା ବୈପାରିଗୁଡାରେ ପଞ୍ଚମ ଦିନରେ ସପରଞ୍ଚ, ସମିତିସଭ୍ଯ,ଓ୍ବାର୍ଡମେମ୍ବର ପାଇଁ ୫୩୧ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୧ ଜାନୁଆରୀ ଶୁକ୍ରବାର ) ବୈପାରିଗୁଡା :- ବୈପାରିଗୁଡା ବ୍ଲକର ୨୦ ଟି ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିବାଥିଲା ଆଜି ଶେଷ ଦିନ ।ଆଜି ବୈପାରିଗୁଡା ଜୋନ୍ ୧ରେ ସରପଞ୍ଚ ପଦ ପାଇଁ ୧୮ ଜଣ,ସମିତିସଭ୍ୟ ପଦ ପାଇଁ ୨୫ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୧୦୭ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜୋନ୍ -୨ ରେ ସପରଞ୍ଚ ପଦ ପାଇଁ ୧୦ ଜଣ,ସମିତିସଭ୍ଯ ପଦ ପାଇଁ ୧୨ ଜଣ ଏବଂ ଓ୍ବାର୍ଡମେମ୍ବର ପଦ ପାଇଁ ୬୫ ଜଣ ପ୍ରାର୍ଥୀପତ୍ର ପଞ୍ଚାୟତ ସମିତି କାର୍ଯ୍ଯାଳୟରେ ଦାଖଲ କରିଛନ୍ତି ! ଆଜି ସୁଦ୍ଧା ୫୩୧ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ରେ ଦାଖଲ କରିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ବୈପାରିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ଯୁ କବି ଶତପଥି । ପ୍ରଥମ ଦିନରେ ବୈପାରିଗୁଡା ବ୍ଲକର ୨୦ ଟି ପଞ୍ଚାୟତ ରେ ସରପଞ୍ଚ ପଦ ପାଇଁ ୧ ଜଣ ,ସମିତି ସଭ୍ୟ ପାଇଁ କେହିଁ ମଧ୍ଯ ନୁହେିଁ ଏବଂ ୱାର୍ଡ ସଭ୍ୟ ପାଇଁ ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦ୍ୱିତୀୟ ଦିନରେ ସରପଞ୍ଚ ପାଇଁ ୬ ଜଣ,ସମିତି ସଭ୍ୟ ପାଇଁ ୬ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୨୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତୃତୀୟ ଦିନରେ ସରପଞ୍ଚ ପାଇଁ ୨୦ ଜଣ ,ସମିତି ସଭ୍ୟ ପାଇଁ ୨୪ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୮୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଦିନ ରେ ୨୨ ଜଣ ସରପଞ୍ଚ ,ସମିତିସଭ୍ୟ ୧୬ ଜଣ ଏବଂ ୱାର୍ଡ ସଭ୍ୟ ପଦ ୮୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପଞ୍ଚମ ଦିନ ଅର୍ଥାତ ଶେଷ ଦିନ ରେ ସରପଞ୍ଚ ପାଇଁ ୨୯ ଜଣ ,ସମିତିସଭ୍ଯ ପାଇଁ ୩୭ ଜଣ ଓ ଓ୍ବାର୍ଡମେମ୍ବର ୧୭୨ ଜଣ ପ୍ରାର୍ଥୀ ସେମାନଙ୍କ ର ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି ! ସେହି ପରି ଭାବେ ବୈପାରିଗୁଡା ବ୍ଲକରୁ ବିଜେପି ଦଳ ପକ୍ଷରୁ ଜିଲ୍ଲାପରିଷଦ ସଭ୍ୟ ଭାବେ ଜୋନ୍-୧ ରୁ ସୁରେଶ ହରିଜନ ,ଜୋନ୍-୨ ରୁ ସନାଇ ନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ଜୋନ୍-୧ ରୁ ଧନିଆ ହରିଜନ ,ଜୋନ୍-୨ ରୁ ମଣି ଜାନୀ ପ୍ରାର୍ଥୀ ହୋଇଛନ୍ତି !ସେହି ପରି ଭାବେ ଶେଷ ଦିନ ରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଜୋନ୍-୧ ରୁ ରାଜେଶ ମହୁରିଆ, ଜୋନ୍-୨ ରୁ କମଳା ନାୟକଙ୍କୁ ପ୍ରାର୍ଥୀ କରିଥିବାରୁ ଆଜି ସେମାନେ ମଧ୍ଯ ଜୟପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ! ରିପୋର୍ଟ ବିକ୍ରାନ୍ତ କୁମାର ବେବର୍ତ୍ତା, Categories: ଓଡ଼ିଶା, କୋରାପୁଟ, ହୋମ୍ Related Content ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026