ଲବଣଗିରି ଉନ୍ନୟନ ପରିଚାଳନା କମିଟି ଗଠିତ ତିରୁପତି ପାଣିଗ୍ରାହୀ ଅଧ୍ୟକ୍ଷ ମନୋନୀତ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଜାନୁଆରୀ ଗୁରୁବାର ) ଭୁବନେଶ୍ୱର :- ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଜାମୁକୋଳି ଠାରେ ପ୍ରସିଦ୍ଧ ହିନ୍ଦୁ ଧର୍ମପୀଠ ଲବଣଗିରିର ଉନ୍ନୟନ ପରିଚାଳନା କମିଟି ଆଜି ସ୍ଥାନୀୟ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ପୌରହିତ୍ୟରେ ଗଠିତ ହୋଇଛି । ଏହି କମିଟିର କାର୍ଯ୍ୟକାରୀ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାହେଲା ଯେ ଏହି ଉନ୍ନୟନ ପରିଚାଳନା କମିଟିରେ ବିଶିଷ୍ଟ ସମାଜସେବୀ ତଥା ଉଦ୍ୟୋଗ ପତି ଶ୍ରୀ ତିରୁପତି ପାଣିଗ୍ରାହୀ ଅଧ୍ୟକ୍ଷ, ତିରୁପତି ଚୌଧୁରୀ ଉପାଧ୍ୟକ୍ଷ ଏବଂ ସଭ୍ୟ ଭାବରେ ମଧୁସୂଦନ ପାଣିଗ୍ରାହୀ, ରାକେଶ ପାଣିଗ୍ରାହୀ, ସୁରେଶ ପାଣିଗ୍ରାହୀ, କୈବଲ୍ୟ ସାମନ୍ତରାୟ, ସୁରେଶ ଗଜେନ୍ଦ୍ର, ସଂଗ୍ରାମ ରାଉତରାୟ, ସୁନିଲ ରାଉତରାୟ, ଗଜେନ୍ଦ୍ର ପ୍ରଧାନ, ଦିଲ୍ଲୀପ ବଡ଼ଜେନା, ଅନାମ ଚରଣ ସେନାପତି, ସଂଜୟ ତ୍ରିପାଠୀ, ମନୋରଞ୍ଜନ ମଲ୍ଲିଆ, ସୁକାନ୍ତ ଛୋଟରାୟ, ଜ୍ୟୋର୍ତିମୟୀ ଛୋଟରାୟ, ଶରତ ପାଇକରାୟ, ଦ୍ୱାରିକାନାଥ ପରିଡ଼ା ଓ ଜଗନ୍ନାଥ ବର ପ୍ରମୁଖ ସଭ୍ୟ ରହିଛନ୍ତି ।

ଏହି କମିଟିରେ ସୁଧାଂଶୁ ମୋହନ ପଟ୍ଟନାୟକ ସଂପାଦକ ରହିଥିବା ସ୍ଥଳେ ତ୍ରିଲୋଚନ ପ୍ରଧାନଙ୍କୁ କୋଷାଧକ୍ଷ ରଖାଯାଇଛି । ବିଧାୟକ ଶ୍ରୀ ରାଉତରାୟ ଏହି କମିଟିରେ ଉପଦେଷ୍ଟା ରହିଛନ୍ତି । ଏହି ଲବଣଗିରି ପର୍ବତରେ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଓ ବିମଳା ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରତିବର୍ଷ ଏକ ହଜାରରୁ ଉର୍ଦ୍ଧ୍ୱ ଆମ୍ବ ଓ ଅନ୍ୟାନ୍ୟ ମୂଲ୍ୟବାନ ଗଛ ଆନ୍ଧ୍ରରୁ ଅଣାଯାଇ ଏଠାରେ ରୋପଣ କରିବାପାଇଁ ନିଷ୍ପତି ଗ୍ରହଣ ହେଲା । ଏହି ପାହାଡ଼ରେ ଖୁବଶୀଘ୍ର ଏକ ବୃଦ୍ଧାଶ୍ରମ ନିର୍ମାଣ ପାଇଁ ସ୍ଥିିରିକୃତ ହେଲା । ମନ୍ଦିର କାର୍ଯ୍ୟ ସମାପନ, ଉଦ୍ୟାନ, ବ୍ୟାପକ ସୌନ୍ଦର୍ଯ୍ୟକରଣ, ରାସ୍ତା, ଆଲୋକିକରଣ କରାଯିବାପାଇଁ ବିଧିବଧ ଭାବରେ ଆଲୋଚନା ହେଲା । ଏହାକୁ ଓଡ଼ିଶାରେ ଏକ ଉନ୍ନତ ପର୍ଯ୍ୟଟନସ୍ଥଳୀ ଭାବରେ ନିର୍ମାଣ କରିବାକୁ ନିଷ୍ପତି ନିଆଗଲା । ଆଜି ଏହି କମିଟିର ସମସ୍ତ ସଭ୍ୟ ଏବଂ ସ୍ଥାନୀୟ ଅଭିଭାବକମାନେ ଉପସ୍ଥିତ ରହିଥିଲେ ।

Exit mobile version