ବିଜେପିରେ ସାମିଲ ହେଲେ ପଂଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବ ବିନୋଦ କୁମାର ପଣ୍ଡା

1. ଅର୍ଥନୀତି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଯୁବ ଅର୍ଥନୈତିଜ୍ଞ ଶ୍ରୀମତୀ ମମତା ପଣ୍ଡା ଓ ଶ୍ରୀମତୀ ସୌଭାଗ୍ୟବତୀ ନାୟକଙ୍କ ବିଜେପିରେ ଯୋଗଦାନ
2.  ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ସଭାପତି

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଜାନୁଆରୀ ଗୁରୁବାର ) ଭୁବନେଶ୍ୱର :- ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପୂର୍ବତନ ଅତିରିକ୍ତ ଶାସନ ସଚିବଶ୍ରୀ ବିନୋଦ କୁମାର ପଣ୍ଡା ଆଜିଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।ତାଙ୍କ ସହଅର୍ଥନୀତି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଯୁବ ଅର୍ଥନୈତିଜ୍ଞ ଶ୍ରୀମତୀ ମମତା ପଣ୍ଡା ଓ ଶ୍ରୀମତୀ ସୌଭାଗ୍ୟବତୀ ନାୟକମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତିି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ଏହି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଦଳୀୟଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

ଏହି ମିଶ୍ରଣ ପର୍ବ ଅବସରରେ ବୁଦ୍ଧିଜୀବି ପ୍ରକୋଷ୍ଠ ସଂଯୋଜକ ତଥା ବରିଷ୍ଠ ନେତାସଜ୍ଜନ ଶର୍ମା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାସ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା,ସଂଖ୍ୟାଲଘୁ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ର.ଅବଦୁଲସଲାମ, ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଡ.ରବିନ୍ଦ୍ରବେହେରାପ୍ରମୁଖଉପସ୍ଥିତ ଥିଲେ ।

Exit mobile version