ଓଡ଼ିଶା ତାଜା ନ୍ୟୁଜ୍ (୧୮ ଜାନୁଆରୀ ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଆଜି ୪୬୩ ଜଣ ୱାର୍ଡ଼ ସଭ୍ୟ, ୩୬ ଜଣ ସରପଞ୍ଚ, ୩୧ ଜଣ ସମିତି ସଭ୍ୟ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି ନୟାଗଡ଼ ବ୍ଲକରେ ୨୩ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ ଜଣେ ସରପଞ୍ଚ ପାର୍ଥୀ ଏବଂ ୨ ଜଣ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ନୂଆଗାଁ ବ୍ଲକରେ ୫୩ ଜଣ ୱାର୍ଡ଼ସଭ୍ୟ, ୨ ଜଣ ସରପଞ୍ଚ ପାର୍ଥୀ, ଜଣେ ସମିତି ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି ।
ଦଶପଲ୍ଲା ବ୍ଲକରେ ୩୮ ୱାର୍ଡ଼ ସଭ୍ୟ, ୯ ଜଣ ସରପଞ୍ଚ, ୧୩ ଜଣ ସମିତି ସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ଗଣିଆ ବ୍ଲକରେ ୨୦ ଜଣ ୱାର୍ଡ଼ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି ଖଣ୍ଡପଡ଼ା ବ୍ଲକରେ ୪୭ ଜଣ ୱାର୍ଡ଼ ସଭ୍ୟ, ୭ ଜଣ ସରପଞ୍ଚ, ୪ ଜଣ ସମତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି
ଭାପୁର ବ୍ଲକରେ ୧୦୫ ଜଣ ୱାର୍ଡ଼ସଭ୍ୟ, ୨ ଜଣ ସରପଞ୍ଚ, ୪ ଜଣ ସମିତ ସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ରଣପୁର ବ୍ଲକରେ ୬୯ ଜଣ ୱାର୍ଡ଼ସଭ୍ୟ, ୧୦ ଜଣ ସରପଞ୍ଚ ପାର୍ଥୀ, ୫ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଓଡ଼ଗାଁ ବ୍ଲକରେ ସର୍ବାଧୂକ ୧୦୮ ଜଣ ୱାର୍ଡ଼ସଭ୍ୟ, ୫ ଜଣ ସରପଞ୍ଚ ଏବଂ ୨ ଜଣ ସମିତିସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି
