Home ଓଡ଼ିଶା ୟାରବିଶିଷ୍ଟ କ୍ରିକେଟ ଖେଳାଳି ତଥା ଓସିଏ ପେନାଲ ର ବରିଷ୍ଠ ଅମ୍ପା ୱିଲସନ ସିଂ ଙ୍କ ପରଲୋକ : ଜିଲ୍ଲା କ୍ରୀଡ଼ାପ୍ରେମୀ ଙ୍କ ମହଲରେ ଗଭୀର ଶୋକ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ବରଗଡ :- ବରଗଡ ଜିଲ୍ଲା ର ବରିଷ୍ଠ କ୍ରିକେଟ ଖେଳାଳୀ ତଥା ଓଡ଼ିଶା ପେନାଲ୍ ଆମ୍ପୟର ୱିଲସନ ସିଂ ଙ୍କ ଆଜି ଭୋର୍ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହେଉଥିଲା। ବରଗଡ ୱାର୍ଡ ନମ୍ବର ୧୦ ର ବାସିନ୍ଦା ଅବସରପ୍ରାପ୍ତ ମେଜର ଧନ ସିଂ ଓ ମାତା ହାରାସିନି ସିଂ ଙ୍କ ୧୦ ପୁଅ ଝିଅ (୭ ପୁଅ ଓ ୩ ଝିଅ )ଙ୍କ ମଧ୍ୟରେ ଷଷ୍ଠ ପୁତ୍ର ଥିଲେ ୱିଲସନ । ସେ ବଡ଼ଭାଇ ରଞ୍ଜିତ ସିଂ, ସାଇମନ ସିଂ,ଜନ ନ୍ୟୁଟନ ସିଂ, ୱାଶିଂଟନ ସିଂ ଓ ପରିବାରବର୍ଗ ଙ୍କ ସାଙ୍ଗ ରେ ରହୁଥିଲେ।ତାଙ୍କର ପଛରେ ପତ୍ନୀ ପୁଷ୍ପାଞ୍ଜଳି, ବଡ ଝିଅ ସିମ୍ରନ୍ ସିଂ ଓ ସାନ ପୁଅ ଅମନ୍ ଆଶୀର୍ବାଦ ସିଂ ସେ ଛାଡ଼ି ଯାଇଛନ୍ତି। ଗତ କିଛିଦିନ ହେଲା ତାଙ୍କ ର ସ୍ବାସ୍ଥ୍ୟ ଠିକ ରହୁ ନ ଥିବା ବେଳେ ସେ ଡ଼ାକ୍ତର ଙ୍କ ତତ୍ତ୍ଵାବଧାନରେ ଚିକିତ୍ସିତ ହେଉଥିଲେ।ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ସେ ନିଶ୍ବାସ ପ୍ରଶ୍ୱାସ ନେବାରେ ସାମାନ୍ୟ କଷ୍ଟ ଅନୁଭବ କରିବା କଥା ପରିବାର ବର୍ଗ ଙ୍କୁ ଜଣାଇବା ପରେ ତାଙ୍କୁ ପ୍ରଥମେ ସହର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଓ ପରେ ଏକ ଘରୋଇ ହସ୍ପିଟାଲ କୁ ଚିକିତ୍ସା ସକାଶେ ନିଆଯାଇଥିଲା। ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ର କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଶୋକାକାଳ ମାହୋଲ ସୃଷ୍ଟି ହୋଇଥିଲା। ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ପୁର୍ବତନ ନଗରପାଳ ପ୍ରଶାନ୍ତ ବେହେରା, ସମାଜସେବୀ ଚନ୍ଦ୍ର ଶେଖରବାଗ,ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର,ଉପ ସଭାପତି ଯୁଗଳ ପ୍ରସାଦ ସିଂ,ପୂର୍ବ ସମ୍ପାଦକ ଅରୁଣ କୁମାର ମହାନ୍ତି,କ୍ରିକେଟ ସମ୍ପାଦକ ଅମିୟ ଭୂଷଣ ସାହୁ, ଫୁଟବଲ୍ ସମ୍ପାଦକ ସେକ ଶବବ୍ଦର,ଆଉଟ୍ ଡୋର ସମ୍ପାଦକ ସୁରେଶ ଦାଶ, ପ୍ରାକ୍ତନ ଫୁଟବଲ୍ ଖେଳାଳୀ ପ୍ରେମନାଥ ଗିରି,ଜ୍ଞାନ ରଞ୍ଜନ ପୁଝାରୀ,ମନୋରଞ୍ଜନ କୁମ୍ଭାର, ଜିଲ୍ଲା କ୍ରିକେଟ ଆସୋସିଏସନ୍ ସଭାପତି ହରିହର ପ୍ରଧାନ,ସାଧାରଣ ସମ୍ପାଦକ ରବି ପଣ୍ଡା,ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା,ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର,କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ,ପୂର୍ବ ସାଧାରଣ ସମ୍ପାଦକ ସୁବ୍ରତ ଚାଟାର୍ଜୀ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଦୀପ ସାହୁ ,ଚନ୍ଦ୍ର ଶେଖର ପ୍ରଧାନ, ରଜତ ଦାଶ,ବରିଷ୍ଠ ସଦସ୍ୟ ପ୍ରଦୀପ ନନ୍ଦ,ନବୀନ ଲାଠ, ସୋର୍ଯ୍ୟ ରଞ୍ଜନ ରାୟ, ସୋହେଲା ଏଥଲେଟିକ ଆସୋସିଏସନ୍ ର ସଭାପତି ସତ୍ୟ ନାରାୟଣ ଦେବତା, ରାଜ୍ୟ କ୍ରିକେଟ ଖେଳାଳି ପ୍ରବୀଣ ଲୁହା, ଲୁଇସା ଦାଶ, ଙ୍କ ସମେତ କ୍ରିକେଟ ଖେଳାଳି ୱାସିମ ରାଜା, ମନୋଜ ଶର୍ମା , ଅମ୍ରିଶ ତ୍ରିପାଠୀ, ଭରତ ପଣ୍ଡା,ସଂକଳ୍ପ ରାଉତ, ରାକେଶ ସିଂ, ଅଜିତ ସ୍ବାଇଁ ପ୍ରମୁଖ ନିଜର ପ୍ରିୟ ଖେଳାଳୀ ଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ସ୍ବର୍ଗତ ସିଂ ଙ୍କ ବିୟୋଗ ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ସଭାପତି ସମ୍ପାଦକ ସଞ୍ଜୟ ବେହେରା , ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ବେହେରା , ବରଗଡ ଜିଲ୍ଲା କ୍ରୀଡା ସଂସଦ ପୂର୍ବ ସାଧାରଣ ସମ୍ପାଦକ ବିମଳ କିଶୋର ଦେବତା ଓ ପ୍ରଭାତ ଆଦିତ୍ୟ ମିଶ୍ର, କ୍ରୀଡା ସମ୍ପାଦକ ହରଦୀପ ସିଂ, କ୍ରିକେଟ ଆସୋସିଏସନ୍ ର ବରିଷ୍ଠ ସଦସ୍ୟ ସିନେ ଅଭିନେତା ପୃଥ୍ବୀ ରାଜ ନାୟକ, କିଶୋର ରଥ, ସନ୍ତୋଷ ପଣ୍ଡା, ଗିରିଜା ନାଥ, କଂଗ୍ରେସ ନେତା ପ୍ରଦୀପ ଦେବତା, ନିପନ୍ ଦାଶ, ବିକାଶ ଗ୍ରୁପ୍ର ଅଧ୍ୟକ୍ଷ ଡି.ମୁରଲୀ କ୍ରିଷ୍ଣା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। କ୍ରିକେଟ ରେ ପରିଚୟ ସ୍ବର୍ଗତ ୱିଲସନ ବରଗଡ ଜିଲ୍ଲା କ୍ରିକେଟ ରେ ନିଜର କଲେଜ ଜୀବନ ରୁ ଆରମ୍ଭ କରି ଆଜି ଯାଏ ନିରବିଛନ୍ନ ଭାବରେ ଯୋଗଦାନ ପାଇଁ ସବୁଦିନ ମନେ ରହିବେ। ସେ ୧୯୮୬- ୮୭ ରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା ରେ ଭାଗ ନେଇ ନିଜର କ୍ରୀଡା ପ୍ରତିଭା ର ଛାପ ଛାଡ଼ିବା ଆରମ୍ଭ କରିଥିଲେ।ପରବର୍ତ୍ତୀ ସମୟରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ପକ୍ଷରୁ ପାଖାପାଖି ୨ ରୁ ତିନି ବର୍ଷ ମର୍ଯ୍ୟାଦା ସମ୍ପନ୍ନ କଳାହାଣ୍ଡି କପ ପ୍ରତିଯୋଗିତା ରେ ଭାଗ ନେଇଥିଲେ।ଜିଲ୍ଲା କ୍ରିକେଟ ଆସୋସିଏସନ୍ ବରଗଡ ତରଫରୁ ୧୯୯୪ ରୁ ୨୦୦୫ ଯାଏ କଳାହାଣ୍ଡି କପ ପ୍ରତିଯୋଗିତା ରେ ଲଗାତାର ପ୍ରତିନିଧିତ୍ଵ କରିଥିଲେ। କୁହାଯାଏ ତାଙ୍କର ଉତ୍କୃଷ୍ଟତା ସମୟରେ ଯଦି ପ୍ରକୃଷ୍ଟ ସୁଯୋଗ ଦିଆଯାଇ ପାରିଥାନ୍ତା ୱିଲସନ ଓଡ଼ିଶା ରାଜ୍ୟ ପାଇଁ ଦୀର୍ଘ ବର୍ଷ ଯାଏ ପ୍ରତିନିଧିତ୍ଵ କରି ରାଜ୍ୟ ପାଇଁ ସୁନାମ ଆଣି ପାରିଥାନ୍ତେ।୨୦୦୬ ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ହୋଇଥିବା ଓସିଏ ଆମ୍ପାୟାର୍ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଓସିଏ ପ୍ୟାନାଲ ଅମ୍ପାୟାର୍ ଭାବରେ ବର୍ତ୍ତମାନ ଯାଏ ଅତି ନିଖୁଣ ଭାବରେ ରାଜ୍ୟ କ୍ରିକେଟ ଆସୋସିଏସନ୍ ର ସମସ୍ତ ଫର୍ମାଟ ର କ୍ରିକେଟ୍ ପ୍ରତିଯୋଗିତା ରେ ତଥା ଓଡ଼ିଶା ର ବିଭିନ୍ନ ଜିଲ୍ଲା ରେ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ନିଜର କାର୍ଯ୍ୟ ସମ୍ପାଦନ କରିଆସୁଥିଲେ। ଜଣେ ସୁଦକ୍ଷ ବାମ ହାତୀ ଆଲରାଉଣ୍ଡର ଭାବରେ ସମଗ୍ର ପଶ୍ଚିମ ଓଡ଼ିଶା ରେ ତାଙ୍କର ଖୁବ୍ ନାମ ଥିଲା। ଏଭଳିକି ବଡ ବଡ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ତାଙ୍କ ବୋଳିଂ କୁ ସାମନା କରିବାକୁ ବହୁ ନାମକାରା ବ୍ୟାଟ୍ସମ୍ୟାନ ମାନେ ମଧ୍ୟ ଭୟ କରୁଥିଲେ। ସେ ଜଣେ ଖୁବ୍ ଉଚ୍ଚ କୋଟୀର ବ୍ୟାଟ୍ସମ୍ୟାନ୍ ମଧ୍ୟ ଥିଲେ। ହାର୍ଡ ହିଟିଂ ଯୋଗୁଁ ସେ ସବୁ ଦର୍ଶକ ମାନଙ୍କ ର ଅତି ପ୍ରିୟ ହୋଇପାରିଥିଲେ। କେବଳ ଯେ ଜଣେ ଖେଳାଳୀ ବା ଆମ୍ପୟାର ଭାବରେ ନୁହଁ ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା କ୍ରିକେଟ ଆସୋସିଏସନ୍ ର ଆଜୀବନ ସଭ୍ୟ ଭାବରେ ଜଣେ କ୍ରୀଡା ସଂଗଠକ ଭାବରେ ମଧ୍ୟ ସେ ସମସ୍ତ ଙ୍କ ପ୍ରିୟ ହୋଇ ପାରିଥଲେ। ସେ ନିଶା ରେ ଜଣେ କ୍ରିକେଟର ହୋଇଥିଲେ ମଧ୍ୟ ପେଶା ରେ ଜଣେ ଶିକ୍ଷକ ଭାବରେ ମଧ୍ୟ ଛାତ୍ର ଛାତ୍ରୀ ଙ୍କ ମହଲରେ ବେଶ ପ୍ରିୟ ହୋଇପାରିଥିଲେ। ସେ ବରଗଡ ସହର ର ରୋଟାରୀ ପବ୍ଲିକ ସ୍କୁଲ ରେ ବହୁ ବର୍ଷ ଧରି ଶିକ୍ଷାଦାନ କରିଥିବା ବେଳେ କମ ସମୟ ପାଇଁ ବିକାଶ ସ୍କୁଲ୍,ବିଦ୍ୟାସାଗର ଏକାଡେମୀ ଓ ଛତିଶଗଡ ର ଯଶପୁର ଓ ସରାଇପାଳଲି ଠାରେ ମଧ୍ୟ ଅଳ୍ପ ସମୟ ପାଇଁ ଯୋଗଦେଇଥିଲେ। ଆଜି ତାଙ୍କ ମର ଶରୀର କୁ ତାଙ୍କ ବାସ ଗୃହ ରୁ ବରଗଡ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ କୁ ନିଆଯାଇଥିଲା ,ସେଠାରେ ଉଭୟ ଜିଲ୍ଲା କ୍ରୀଡା ସଂସଦ,ଜିଲ୍ଲା କ୍ରିକେଟ ଆସୋସିଏସନ୍ ର କର୍ମକର୍ତ୍ତା ଓ ଖେଳାଳୀ ରାକେଶ ସିଂ, ଅଜିତ ସ୍ବାଇଁ ପ୍ରମୁଖ ନିଜର ପ୍ରିୟ ଖେଳାଳୀ ଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ସ୍ବର୍ଗତ ସିଂ ଙ୍କ ବିୟୋଗ ରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ସଭାପତି ସମ୍ପାଦକ ସଞ୍ଜୟ ବେହେରା , ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ବେହେରା , ବରଗଡ ଜିଲ୍ଲା କ୍ରୀଡା ସଂସଦ ପୂର୍ବ ସାଧାରଣ ସମ୍ପାଦକ ବିମଳ କିଶୋର ଦେବତା ଓ ପ୍ରଭାତ ଆଦିତ୍ୟ ମିଶ୍ର, କ୍ରୀଡା ସମ୍ପାଦକ ହରଦୀପ ସିଂ, କ୍ରିକେଟ ଆସୋସିଏସନ୍ ର ବରିଷ୍ଠ ସଦସ୍ୟ ସିନେ ଅଭିନେତା ପୃଥ୍ବୀ ରାଜ ନାୟକ, କିଶୋର ରଥ, ସନ୍ତୋଷ ପଣ୍ଡା, ଗିରିଜା ନାଥ, କଂଗ୍ରେସ ନେତା ପ୍ରଦୀପ ଦେବତା, ନିପନ୍ ଦାଶ, ବିକାଶ ଗ୍ରୁପ୍ର ଅଧ୍ୟକ୍ଷ ଡି.ମୁରଲୀ କ୍ରିଷ୍ଣା ପ୍ରମୁଖ ଗଭୀର ଶୋକ ପ୍ରକାଶ କରାକୁ ବହୁ ନାମ୍କ ମହଲରେ ବେଶ ପ୍ରିୟ ହୋଇପାରିଥିଲେ। ସେ ବରଗଡ ସହର ର ରୋଟାରୀ ପବ୍ଲିକ ସ୍କୁଲ ରେ ବହୁ ବର୍ଷ ଧରି ଶିକ୍ଷାଦାନ କରିଥିବା ବେଳେ କମ ସମୟ ପାଇଁ ବିକାଶ ସ୍କୁଲ୍,ବିଦ୍ୟାସାଗର ଏକାଡେମୀ ଓ ଛତିଶଗଡ ର ଯଶପୁର ଓ ସରାଇପାଳଲି ଠାରେ ମଧ୍ୟ ଅଳ୍ପ ସମୟ ପାଇଁ ଯୋଗଦେଇଥିଲେ। ଆଜି ତାଙ୍କ ମର ଶରୀର କୁ ତାଙ୍କ ବାସ ଗୃହ ରୁ ବରଗଡ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ କୁ ନିଆଯାଇଥିଲା ,ସେଠାରେ ଉଭୟ ଜିଲ୍ଲା କ୍ରୀଡା ସଂସଦ,ଜିଲ୍ଲା କ୍ରିକେଟ ଆସୋସିଏସନ୍ ର କର୍ମକର୍ତ୍ତା ଓ ଖେଳାଳୀ ମାନେ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।ପରେ ଗାନ୍ଧୀ ଛକ ପାଖରେ ଥିବା ଖ୍ରୀଷ୍ଟ ଧର୍ମାବଳମ୍ବି ମାନଙ୍କ ଗ୍ରେଭୟାର୍ଡ ରେ ତାଙ୍କୁ ଖ୍ରୀଷ୍ଟୀୟ ରୀତିନୀତି ଅନୁସାରେ କବର ଦିଆଯାଇଥିଲା।ସେଠାରେ ତାଙ୍କ ଭାଇ,ପୁଅ,ଝିଅ,ପରିବାର ବର୍ଗ, ବନ୍ଧୁ ବାନ୍ଧବ, ଜିଲ୍ଲା କ୍ରିକେଟ ଓ କ୍ରୀଡା ସଂସଦ ର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ନିଜର ପ୍ରିୟ ଖେଳାଳୀ ଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।ଏହି ପବିତ୍ର କାର୍ଯ୍ୟ ପାଷ୍ଟର ସମୂହ ସର୍ବଶ୍ରି ସୁଜିତ୍ ବର୍ଦ୍ଧନ, ଉପେନ୍ଦ୍ର ନନ୍ଦ, ଚନ୍ଦ୍ରମଣୀ ତାଣ୍ଡି, ହିତମତ ବାଗ,ଅମୂଲ୍ୟ ସୁନା, ବେଞ୍ଜାମିନ ନନ୍ଦ,ଜୟେଶର ନାଗ,ଆଲୋକ ଶ୍ରେଷ୍ଟା ପ୍ରମୁଖ ଙ୍କ ତତ୍ତ୍ଵାବଧାନରେ କବର ଦେବା କାର୍ଯ୍ୟକ୍ରମ ସମାପନ ହୋଇଥିଲା । Categories: ଓଡ଼ିଶା, କ୍ରୀଡ଼ା, ଖେଳ, ବରଗଡ଼, ହୋମ୍ Related Content ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026 Vedanta Aluminium Coal Mines showcases next-generation mining technologies at 6th CLI Expo 2026 by Proprietor Abhimanyu Maharana September 10, 2026