
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଆଜି ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଜିଲ୍ଲାରେ ୨୧୯ ଜଣ ୱାର୍ଡ଼ ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି। ନୟାଗଡ଼ ବ୍ଲକରେ ସର୍ବାଧିକ ୨୨ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ ନୂଆଗାଁ ବ୍ଲକରେ ୨୧ ଜଣ ୱାର୍ଡ଼ ସଭ୍ୟ, ୨ ଜଣ ସରପଞ୍ଚ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ସେହିଭଳି ଭାବେ ଦଶପଲ୍ଲା ବ୍ଲକରେ ୧୬ ୱାର୍ଡ଼ ସଭ୍ୟ, ୪ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ଗଣିଆ ବ୍ଲକରେ ୮ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି ଖଣ୍ଡପଡ଼ା ବ୍ଲକରେ ୪୦ ଜଣ ୱାର୍ଡ଼ ସଭ୍ୟ, ଜଣେ ସମତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଭାପୁର ବ୍ଲକରେ ୪୨ ଜଣ ୱାର୍ଡ଼ ସଭ୍ୟ, ୩ ଜଣ ସରପଞ୍ଚ, ଜଣେ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

