ଓଡ଼ିଆ ବୀର ଚିତ୍ତରଞ୍ଜନଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ନୟାଗର :- ନୟାଗର – ଆଜି ଜିଲ୍ଲାପାଳ ଡ଼. ପୋମା ଟୁଡୁ ତାଙ୍କର ଆବାସିକ କାର୍ଯ୍ୟାଳୟରେ ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତରେ ପଥରଫୁଳି ଗ୍ରାମ ର ସୁନଖଳା ଶ୍ରୀ ଅରବିନ୍ଦ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଓଡ଼ିଆ ବୀର ଶ୍ରୀ ଚିତ୍ତରଞ୍ଜନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ପ୍ରଧାନ ଧ୍ୟାନ ଓ ଯୋଗ ନିମନ୍ତେ ପୁଡୁଚେରୀ ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ଆଶ୍ରମକୁ ଯାଇଥିଲେ ।

ଗତ ୦୮.୦୧.୨୦୨୨ରିଖ ଅପରାହ୍ନରେ ପୁଡୁଚେରୀ ସମୁଦ୍ର ବେଳାଭୂମିରେ ବୁଲୁଥିବା ଅବସର ରେ ସମୁଦ୍ର ଭିତରେ ବୁଡ଼ିଯାଇଥିବା ମହିଳା ବକ୍ସିଂ ଖେଳାଳୀ ଓ ତାଙ୍କ କୋଚ୍ ଙ୍କୁ ଉଦ୍ଧାର କରି ଜୀବନ ବଂଚାଇଥିଲେ । ତାଙ୍କର ଏହି ସାହସିକ ପଦକ୍ଷେପକୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ,ଷ୍ଟାଲିନ୍ ଏବଂ ପୁତୁର ବାଚସ୍ପତି ଆର.ସେଲଭମ୍ ଓଡ଼ିଶାର ବୀରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ କାର୍ଯ୍ୟକୁ ମନେପକାଇ ଉଚ୍ଚ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ ।

 

Exit mobile version