ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ଦିନ ରେ ପ୍ରାର୍ଥୀ ପତ୍ର ଦାଖଲ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜାନୁଆରୀ ସୋମବାର ) ବରଗଡ଼ :- ରାଜ୍ୟ ରେ ଅନୁଷ୍ଠିତ ହେଉଥିବା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ଦିନ ରେ ବରଗଡ଼ ଜିଲ୍ଲା ରେ ୧୧୯ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପଦ ପାଇଁ ସର୍ବାଧିକ ୧୦୧ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପଦବୀ ପାଇଁ ୧୫ ଜଣ ଏବଂ ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ପଦବୀ ପାଇଁ ୩ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।

ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପାଇଁ ଆଜି କୈାଣସି ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ। ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ବରଗଡ଼ ଜିଲ୍ଲା ରେ ୧୨ ବ୍ଲକ ରେ ୨୫୩ ଟି ସରପଞ୍ଚ ଏବଂ ସମିତି ସଭ୍ୟ ସଭ୍ୟା,୩୪ଟି ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ସଭ୍ୟା ମାନେ ନିଜ ପଞ୍ଚାୟତ ରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ସେହିପରି ସମିତି ସଭ୍ୟ ସଭ୍ୟା ନିଜ ବ୍ଲକ ରେ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ସଂପୃକ୍ତ ଉପଖଣ୍ଡ ର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରାର୍ଥୀ ପତ୍ର ଦାଖଲ କରିବେ।

Exit mobile version