ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଭର୍ଚୁଆଲ ମୋଡରେ ମକର ଉତ୍ସବପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାର) ପାରଳାଖେମୁଣ୍ଡି :- ଅପରାହ୍ନରେ ଭର୍ଚୁଆଲ ମୋଡ଼ରେ (ଆଭାଷି) ମକର ଉତ୍ସବରେ ଉତ୍କଳୀୟ ନାରୀଙ୍କ ଭୂମିକା ଶୀର୍ଷକ ଆଲୋଚାଚକ୍ର ଅନୁଷ୍ଠିତ ହୋଇସାରିଛି। ପ୍ରଗତି ମହିଳା ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥିଙ୍କ ଅଧ୍ୟକ୍ଷତାରେ ଏହି ଆଭାଷୀ ଆଲୋଚନାରେ ଆଧୁନିକତା ଗ୍ରହଣ କରିଥିଲେ ସୁଦ୍ଧା ପରମ୍ପରା ଓ ସଂସ୍କୃତିକୁ ଆପଣେଇ ବସୁଦେବ କୁଟୁମ୍ବ କମ୍ ନିତି ଓ ଆଦର୍ଶକୁ ଉଚ୍ଚାରଣରେ ନୁହେଁ ଆଚରଣରେ ପରିଣତ କରିବା ଦରକାର ବୋଲି ଅଂଶଗ୍ରହଣ କାରୀ ମାନେ କହିଥିଲେ ।

ଏହିଗଣପର୍ବ ଜାତି, ଧର୍ମ, କର୍ମ, ଧନୀ, ଗରିବ,ଲିଙ୍ଗ ନିର୍ବିଶେ ଷରେ ଆମେ ଏକ ଅଭିନ୍ନ ଆମର ମାନବିକତା ଓ ନଇତିକତା କୁ ସଦାସର୍ବଦା ସବୁ କର୍ମରେ ଲଗାଇ ନାରୀ ସମାଜକୁ ବିକାଶ ପଥରେ ନେବା ଜରୁରୀ ବୋଲି ବକ୍ତା ମାନେ ସ୍ବୀକାର କରିଥିଲେ।ସ୍ବତନ୍ତ୍ର ଅତିଥି ଭାବେ ଭାବଚନ୍ଦ୍ରିକା ଦେବୀ(ଜୟପୁର),ଗୀତିଶ୍ମିତା ସାହୁ(ସୋରଡ଼ା) ଯୋଗ ଦାନ କରିଥିଲେ,ମମତାପାଢ଼ୀ,ଡ,ମୋହିନୀ ପ୍ରଧାନ,ନିବେଦିତା ପଟନାୟକ,ଯୋଗ ଦେଇ ଥିବା ବେଳେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା,ମୁଖ୍ୟ ଅତିଥି ଏବଂ ଡାକ୍ତର ମୁର୍ମୁ ମୁଖ୍ୟ ବକ୍ତାଭାବେ ଯୋଗ ଦାନ କରିଥିଲେ। ଶେଷରେ ମମତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version