ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାବିଜେଡି କାର୍ଯ୍ୟାଳୟ ପରିସରରେ ବିଜେଡ଼ିମିଶ୍ରଣ ପର୍ବ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଜି ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାର ଗୁମ୍ମା ବ୍ଲକ ଜୀବା ପଞ୍ଚାୟତର ଯୋଗୀପାଡୁ ପଞ୍ଚାୟତର ବିଜେପିର ନେତାଓସମର୍ଥକମାନେ ଆଜି ବିଜେପି ଦଳ ପରିତ୍ୟାଗ କରି ବିଜେଡି ରେ ଯୋଗ ଦେଇଛନ୍ତି ।

ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଗଜପତି ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଜିଲ୍ଲା ଯୁବ ସଭାପତି ଏସ୍‌. ଲିଙ୍ଗରାଜ, ବରିଷ୍ଠ ବିଜେଡି ନେତା ବସନ୍ତ କୁମାର ଦାସ, ଲକ୍ଷ୍ମୀକାନ୍ତ ପରିଚ୍ଛା, ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ପାଣ୍ଟଲା ପ୍ରସାଦ ପ୍ରମୁଖ ଉପସ୍ଥିତଥିଲେ ।

Exit mobile version