ବିଜେପି ନେତା ରାମହରୀ ଚୈଧୁରୀ : ବିଜେଡିରେ ଯୋଗ ଦେଇଛନ୍ତି – ଓଡ଼ଗାଁ

“ଘର ପୁଅ ଘରକୁ ଫେରିଲା”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱକୁ ଭଲପାଇ ଆଜି ସୁନାମୁହଁ ପଞ୍ଚାୟତର ପ୍ରମୂଖ ବିରୋଧି ତଥା ବିଜେପି ନେତା ରାମହରୀ ଚୈଧୁରୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାର) ଓଡ଼ଗାଁ :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱକୁ ଭଲପାଇ ଆଜି ସୁନାମୁହଁ ପଞ୍ଚାୟତର ପ୍ରମୂଖ ବିରୋଧି ତଥା ବିଜେପି ନେତା ରାମହରୀ ଚୈଧୁରୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଦଳ ଏବେ ଶୁନ୍ୟ ହେବାକୁ ବସିଛି ।  ଓଡ଼ଗାଁ ଦଳୀୟ କାର‌୍ୟ୍ୟାଳୟଠାରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ,

ରାମହରିଙ୍କୁ ପୁଷ୍ପମାଲ୍ୟ ଏବଂ ଦଳୀୟ ଉତ୍ତରୀୟ ଦେଇ “ଘର ପୁଅ ଘରକୁ ଫେରିଲା”କହି ଦଳକୁ ସ୍ୱାଗତ କରିଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀର ନୟାଗଡ଼ ଓ ଓଡ଼ଗାଁ ବ୍ଲକରେ ଦୀର୍ଘଦିନ ଧରି ବିଜେପି କର୍ମୀ ଓ ନେତାମାନେ ବିଜେଡିକୁ ଆସି ସାରିଥିବା ବେଳେ ରାମହରୀଙ୍କ ଭଳି ନେତୃତ୍ୱ ବିଜେପି ଛାଡ଼ିବା ବିରୋଧିଙ୍କୁ ଏକ ଶକ୍ତ ଧକ୍କା ବୋଲି ଆଲୋଚନା ହେଉଛି ।

ବିରୋଧି ଦଳ ଏବେ ଯେନତେନ ପାର୍ଥୀ ଦେବାକୁ ଚେଷ୍ଟାରେ ରହିଥିବା ବେଳେ କର୍ମୀ ସଙ୍କଟ ପରିସ୍ଥିତିର ସାମ୍ନା କରିବେ ବୋଲି ଆକଳନ କରାଯାଉଛି । ଏହି ମିଶ୍ରଣ ପର୍ବ ସମୟରେ ବ୍ଲକ ବିଜେଡି ସଭାପତି ସୁର‌୍ୟ୍ୟ ନାରାୟଣ ଚୌଧୁରୀ ,ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ ,ଶ୍ରମିକ ନେତା ସୁର‌୍ୟ୍ୟକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version