ହିଞ୍ଜିଳିକାଟୁ ,ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ଲକ୍ଷ୍ମୀ ନୃସିଂହ ଯାତ୍ରା ଶୁଭାରମ୍ଭ,୬ ମଇ, ବୁଧବାର :- ପ୍ରତିବର୍ଷ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ୩ ଦିନ ପର୍ଯ୍ୟନ୍ତ ନୃସିଂହ ଠାକୁରଙ୍କ ଜନ୍ମତ୍ସୋବ ପାଳନ କରାଯାଇଥାଏ । ଏହି ଅବସରରେ ହୌିଞ୍ଜିଳିକାଟୁର ଅରାଧ୍ୟ ଦେବତା ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ପ୍ରତିବର୍ଷ ମହା ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଚଳିତ ବର୍ଷ ମହାମାରୀ କାରୋନା ଭୁତାଣୁ ସଂକ୍ରମଣ ବ୍ୟାପି ଥିବା ଯୋଗୁଁ ସ୍ଥାନୀୟ ସହରରେ ଯାତ୍ରା ପାଳନ ନକରିବା ସକାଶେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ଶୁଭାରମ୍ଭ ଅବସରରେ ସ୍ଥାନୀୟ ପୌରାଂଚଳର ବିଭିନ୍ନ ସାହି ବସ୍ତିରେ ରଙ୍ଗବେରଙ୍ଗ ବାନା ସାଙ୍ଗକୁ ତୋରଣରେ ସଜ୍ଜିତ କରାଯାଇଥିଲା ।
ବୁଧବାର ପ୍ରାତଃହରୁ ମନ୍ଦିରର ଦ୍ୱାର ଫିଟାଯାଇ ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳଆଳତୀ, ବାଳଭୋଗ ସମେତ ସମସ୍ତ ଦେବନୀତି ସମାପନ ପରେ କାଟୁ ରାଜା ସାହେବ ଲଲାଟେନ୍ଦୁ କେଶରୀ ଭଞ୍ଜଦେଓଙ୍କ ପରିବାର ପକ୍ଷରୁ ଭୋଗ ଅର୍ପଣ କରାଯାଇଥିଲା । ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ମଧ୍ୟକୁ କୌଣସି ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସକାଶେ ଅନୁମତି ଦିଆଯାଇ ନଥିଲା । ଭକ୍ତ ମାନେଳ ବୁଧବାର ପ୍ରତ୍ୟୁଷରୁ ମନ୍ଦିରକୁ ଆସି ଦ୍ୱାର ସମ୍ମୁଖରେ ଦୀପ ପ୍ରଜ୍ଜଳନ କରିବା ସହ ଭୋଗରାଗ କରିଥିବାର ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଠାକୁରଙ୍କୁ ନଗର ପରିକ୍ରମା, ବିଭିନ୍ନ ସାହି ବସ୍ତିରେ ଅସ୍ଥାୟୀ କଳାକୁଞ୍ଜ ସ୍ଥାପନ, ମାନସିକଧାରୀଙ୍କ ବେଶ ସମେତ ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଯାତ୍ରା ଅବସରରେ ବାଣଯାତ୍ରା ମଧ୍ୟ ଅନୁଷ୍ଠିତ ନହେବା ଯୋଗୁଁ ବହୁ ଭକ୍ତଙ୍କ ମନରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି ।
ଐତିହାସିକ ତଥ୍ୟ ଅନୁସାରେ ୧୯୪୨ ମସିହାରେ ସ୍ଥାନୀୟ ଅଂଚଳରେ ମହାମାରୀ ବ୍ୟାପିବା ପରେ ହିଞ୍ଜିଳିକାଟୁର ଅରାଧ୍ୟ ଦେବତା ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ନଗର ପରିକ୍ରମା କରିବା ପରେ ମହାମାରୀ ଉଭେଇ ଯାଇଥିଲା । ହେଲେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଥିଲେ ମଧ୍ୟ ଠାକୁରଙ୍କୁ ନଗର ପରିକ୍ରମା ନକରାଇବା ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଭାବ ଜାଗ୍ରତ ହୋଇଛି । ଅନ୍ୟପକ୍ଷରେ ଏ ସମସ୍ତ କେବଳ ଠାକୁରଙ୍କ ଇଛା ବୋଲି ବହୁ ଭକ୍ତ ମତବ୍ୟକ୍ତ କରିଛନ୍ତି । ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ବୁରୁପୋଡ଼ା ଗ୍ରାମରେ ମଧ୍ୟ ପୂଜିତ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଯାତ୍ରାତ୍ସୋବ ନୀତିକାନ୍ତି ମଧ୍ୟରେ ସମାପନ ହୋଇଛି ।
