ନର୍ଲା ବିଧାୟକଙ୍କ ହସ୍ତକ୍ଷେପ ପରେ ଅବହେଳିତ ରାସ୍ତାର ମରାମତି

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାରକଳାହାଣ୍ଡି :- ବହୁ ଦିନର ପ୍ରତୀକ୍ଷାର ଅନ୍ତ ପରେ ସର୍ଗିଗୁଡା ରେଳଫାଟକରୁ ନର୍ଲାରୋଡ ହନୁମାନ ମନ୍ଦିର ଛକ ପର୍ଯ୍ୟନ୍ତ ପ୍ରାୟ ୧୨୦୦ମିଟର ରାସ୍ତା ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ହସ୍ତକ୍ଷେପ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହା ପୂର୍ବରୁ ଦୀର୍ଘ ୧୦ ବର୍ଷ ହେଲା ବିଭାଗୀୟ ଅଧିକାରୀଙ୍କୁ ତଥା ରାଜନୈତିକ ନେତା ମାନଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କରି ନୟାନ୍ତ ହୋଇଥିଲେ ।

କିନ୍ତୁ ସର୍ଗିଗୁଡା ପଂଚାୟତର ବିଜେଡ଼ି କର୍ମୀ ଓ ଜନସାଧାରଣ ନର୍ଲା ବିଧାୟକଙ୍କୁ ଏହି ରାସ୍ତାରେ ଚଲାଇ ଏହାର ଦୃଷ୍ଟି ଆକର୍ଷଣ କରିଥିଲେ । ରେଳ ଷ୍ଟେସନକୁ ଯିବା ପାଇଁ ଏହି ରାସ୍ତା ମୁଖ୍ୟ ରାସ୍ତା ହୋଇଥିବାରୁ ନର୍ଲା ବିଧାୟକ ଅଭିଯୋଗ ଶୁଣି ବିଭାଗୀୟ ଅଧିକାରୀଙ୍କ ସହ ଫୋନରେ କହିଥିଲେ। ଏହା ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଛି । ସର୍ଗିଗୁଡା ପଂଚାୟତର ଜନସାଧାରଣ ତଥା ବିଜେଡି କର୍ମୀମାନେ ଏଥିପାଇଁ ନର୍ଲା ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି ।

Exit mobile version