କୀଟନାଶକ ଔଷଧ ସେବନ କରି ଯୁବତୀଙ୍କ ଆତ୍ମହତ୍ୟା – ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ ,ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍‌ ) କୀଟନାଶକ ଔଷଧ ସେବନ କରି ଯୁବତୀଙ୍କ ଆତ୍ମହତ୍ୟା,୬ ମଇ, ବୁଧବାର :- ହିଞ୍ଜିଳି ଥାନା ସାରୁ ଗ୍ରାମର ଜଣେ ଯୁବତୀ ବୁଧବାର ସକାଳେ କୀଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ସାରୁ ଗ୍ରାମର ମୃତ ମୁନା ସ୍ୱାଇଁଙ୍କ କନ୍ୟା ପୂଜା ସ୍ୱାଇଁ (୧୮) । ଏ ନେଇ ହିଞ୍ଜିଳି ଥାନାରେ ନଂ-୮/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

ପ୍ରକାଶ ଯେ, ଯୁବତୀଙ୍କ ବିବାହ ସ୍ଥିର ହୋଇଯାଇଥିବା ବେଳେ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଯୋଗୁଁ ବିବାହ ସମୟ ଡ଼ିସେମ୍ବର ମାସକୁ ଘୁଂଚାଇ ଦିଆଯାଇଥିଲା । ବୁଧବାର ସକାଳେ ଯୁବତୀଙ୍କ ମା’ କାମ କରିବା ସକାଶେ ବାହାରକୁ ଯାଇଥିବା ବେଳେ ଯୁବତୀ ଜଣକ ଘରେ ଥିବା କୀଟନାଶକ ଔଷଧ ସେବନ କରି ଚିତ୍କାର କରିଥିଲେ । ସାହି ପଡ଼ୋଶୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

Exit mobile version