ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ଯାଙ୍କ ଲକରରୁ ଦେଢ଼ କିଲୋ ରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଚୋରି : ସନ୍ଧେହରେ ଜଣେ ପୁର୍ବତ୍ତନ ଅସ୍ଥାୟୀ କର୍ମଚାରୀ ଅଟକ

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଶୁକ୍ରବାର ) କୋରାପୁଟ :- କୋରାପୁଟ ଜିଲା ଲକ୍ଷ୍ମୀପୁର ଭାରତୀୟ ଷ୍ଟେଟବ୍ଯାଙ୍କ ଲକରରୁ ପ୍ରାୟ ଦେଢ଼ କିଲୋରୁ ଊର୍ଦ୍ଧ୍ବ ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବ୍ଯାଙ୍କରେ ଜଣେ ଗ୍ରାହକ ସୁନା ଅଳଙ୍କାର ବନ୍ଧକ ରଖିଥିଲେ, ତାହାକୁ ମୁକୁଳାଇ ନେବାକୁ ଆସି ଥିଲେ। ତେବେ ତାହାକୁ ଦେବା ପାଇଁ ଷ୍ଟ୍ରଙ୍ଗ ରୁମରେ ଥିବା ଲକରରେ ଖୋଜିଲା ବେଳେ କୁଆଡ଼େ ମିଳିନଥିଲା। ଏଥିଯୋଗୁଁ ଶାଖା ପରିଚାଳକ ସୁଧାଂଶୁ ରାଉତଙ୍କ ସନ୍ଧେହ ହୋଇଥିଲା। ସେ ସମସ୍ତ ଅଳଙ୍କାର ଖୋଜାଖୋଜି କରିବା ପରେ ୧ କିଲୋ ୬୧୦ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ମିଳିନଥିଲା”, ସେ ସଙ୍ଗେସଙ୍ଗେ ବ୍ଯାଙ୍କର ଉଚ ଅଧିକାରୀଙ୍କୁ ଜଣାଇବା ସହିତ ଥାନାରେ ଏତଲା ଦେଇଥିଲେ।

ଏତଲା କୁ ଗ୍ରହଣ କରି ଥାନା ଅଧିକାରିଣୀ ଶ୍ବେତପଦ୍ମା ସେଠ୍ ଏକ ମାମଲା ରୁଜୁ କରି କୋରାପୁଟରୁ ସନ୍ଧାନୀ କୁକୁର ମଗାଇ ଥିଲେ। ତେବେ ସନ୍ଧାନୀ କୁକୁର ସହିତ ବିଜ୍ଞାନ ସମ୍ଭନ୍ଧିତ ଦଳ ଆସି ତଦନ୍ତ କରି ଫେରିଛନ୍ତି। ଏପରିକି ବ୍ଯାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଏହି କାରନାମାରେ ବ୍ଯାଙ୍କ କର୍ମଚାରୀ ମାନଙ୍କ ହାତଥିବା ଶୁଣିବାକୁ ମିଳୁଥିବା ବେଳେ ଜଣେ ପୁର୍ବତ୍ତନ ଅସ୍ଥାୟୀ କର୍ମଚାରୀ କୁ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଅଶ୍ବିନୀ କୁମାର ନାଏକ ପ୍ରକାଶ କରିଛନ୍ତି। ଅଧିକ ତଦନ୍ତ ଚାଲିଥିବା କାରଣରୁ ଆସନ୍ତା କାଲି ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ଶ୍ରୀ ନାଏକ ପ୍ରକାଶ କହନ୍ତି। ଉକ୍ତ ତଦନ୍ତରେ ଲକ୍ଷ୍ମୀପୁର ଥାନା ଅଧିକାରିଣୀ ଶ୍ବେତପଦ୍ମା ସେଠ୍ ଙ୍କ ସହିତ କାକିରିଗୁମା ଥାନା ଅଧିକାରୀ ଉଲ୍ଲାସ କୁମାର ରାଉତ ଓ ନାରାୟଣପାଟଣା ଥାନା ଅଧିକାରୀ ରଂଜିତ କୁମାର ସାହୁ ସାମିଲ ଅଛନ୍ତି।

ସେହିପରି ଉକ୍ତ ଚୋରି ଘଟଣାପରେ ଯେଉଁ ଗ୍ରାହକ ମାନେ ସୁନା ଅଳଙ୍କାର ବନ୍ଧକ ରଖିଥିଲେ ସେମାନଙ୍କ ମନରେ ଛନକା ପଶିଯାଇଛି,” ଚୋରି ସୁନା ଅଳଙ୍କାର ମଧ୍ୟରେ କେଉଁ ମାନଙ୍କ ଅଳଙ୍କାର ଚୋରି ହୋଇଛି ସେନେଇ ସନ୍ଧିହାନ ହୋଇ ପଡ଼ିଛନ୍ତି। ସେହିପରି ଷ୍ଟ୍ରଙ୍ଗ ରୁମରେ ଥିବା ଲକରର ଦାୟିତ୍ବ ଶାଖା ପରିଚାଳକ ଏବଂ କୋଷାଧ୍ୟକ୍ଷଙ୍କ ନିକଟରେ ରହେ”, ଏହାର ତତ୍ତ୍ବାବଧାରକ ଉଭୟେ। କିନ୍ତୁ ତାଲା ନଭାଙ୍ଗି କିପରି ଏତେ ପରିମାଣର ସୁନା ଅଳଙ୍କାର ଚୋରି ହୋଇଛି ତାହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। 

Exit mobile version