ପାଲକଷଣ୍ଢା କାଳୀ ମନ୍ଦିରରେ ବିନା ବଳିତାରେ ଅନବରତ ଜଳୁଛି ଦୀପ – ଅଲୌକିକ ଘଟଣା

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଜାନୁଆରୀ ଶୁକ୍ରବାର ) ବେଲଗୁଣ୍ଠା :- ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତର ପାଲକଷଣ୍ଢା ଗ୍ରାମ କାଳୀ ମନ୍ଦିରରେ ଆଜି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି ଓ ସେଠାରେ ଗତ କାଲି ରାତିରେ ତେଲ ଭର୍ତ୍ତି କରି ରଖା ଯାଇଥିବା ଏକ ଦୀପ ବିନା ବଳିତାରେ ମଧ୍ୟ ଆଜି ଦୀର୍ଘ ସମୟ ଧରି ଜଳୁଥିବା ଦେଖିବାକୁ ମିଳିଛି ଓ ସୂଚନା ପ୍ରକାରେ ଆଜି ପବିତ୍ର ମକର ସଙ୍କ୍ରାନ୍ତି ଥିବାରୁ ମନ୍ଦିରର ପୂଜକ ଯୁଗଳ ରଣା ଆଜି ଭୋର୍ ତିନିଟାରୁ ଆସି ମନ୍ଦିର ଦୁଆର ଖୋଲିବା ବେଳକୁ ଏକ ଦୀପ ଜଳୁଥିବାର ଦେଖିବାକୁ ପାଇଥିଲେ

କିନ୍ତୁ ଗତ କାଲି ମନ୍ଦିର ବନ୍ଦ ହେବା ସମୟରେ କୌଣସ ଦୀପ ଲଗାଯାଇନଥିଲା ଓ କେବଳ କିଛି ଦୀପରେ ତେଲ ଭର୍ତ୍ତି କରି ରଖା ଯାଇଥିଲେ ମଧ୍ୟ ସେଗୁଡିକରେ ବଳିତା ପଡିନଥିଲା ଓ ତେଣୁ ବିନା ବଳିତାରେ ଦୀପଟି ଆପେ ଆପେ ଅନବରତ ଜଳୁଥିବା ଦେଖି ଯୁଗଳ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ ଓ ଏହି ଘଟଣାଟି ରାତି ପାହିବା ବେଳକୁ ବିଜୁଳି ବେଗରେ ପ୍ରଚାରିତ ହୋଇଯିବା ଯୋଗୁଁ ପାଲକଷଣ୍ଢା ସମେତ ଆଖପାଖ ଗ୍ରାମରୁ କାଳୀ ମନ୍ଦିରକୁ ଏହି ଅଲୌକିକ ଘଟଣା ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଛି

Exit mobile version