
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜାନୁଆରୀ ଗୁରୁବାର ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ମହାପୁରୁଷ ଙ୍କ ପ୍ରତିମୁର୍ତି ଉନ୍ମୋଚନ ହୋଇଥିବା ଜଣାପଡିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ଡାକ୍ତର ବୈଦ୍ୟନାଥ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ
ସ୍ୱାଧିନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷ , ଉତ୍କଳ ଗୌରବ ମଧୁସୁଦନ ରାୟ , ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ରଣପୁର ର ରାଣୀ ତଥା ରାଜ୍ୟ ର ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀ ଙ୍କ ପ୍ରତିମୁର୍ତି ଅନାବରଣ ସହ ପୁଷ୍ପ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଉତ୍କଳ ସ୍ୱାଭିମାନ ମଂଚ ର କର୍ମକର୍ତା ସମେତ କୁଳାସର ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଲଳିତ ବାହିନିପତି ,ଗୋଷ୍ଠୀ ସ୍ୱୃସ୍ଥ୍ୟକେନ୍ଦ୍ର ର ଫାର୍ମାସିଷ୍ଟ କିଶୋର ରାଉତରାୟ ସମେତ ସମସ୍ତ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
