ଗୁଣୁପୁର ପୋଲିସ କୁ ମିଳିଛି ଏକ ବଡ଼ ଧରଣର ସଫଳତା – ୨୨, ୫୪୦ଟଙ୍କା ଜବତ ୫ଜୁଆଡି ଗିରଫ

ଗୁଣୁପୁର ପୋଲିସ କୁ ମିଳିଛି ଏକ ବଡ଼ ଧରଣର ସଫଳତା…. ଗୁଣୁପୁର ସହରରେ ଚାଲୁଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ୨୨, ୫୪୦ଟଙ୍କା ଜବତ ୫ଜୁଆଡି ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ପାରଳାଖେମୁଣ୍ଡି :-  ରାୟଗଡା ଜିଲ୍ଲା ଗୁଣୁପୁର ପୁଲିସ କୁ ମିଳିଛି ବଡ଼ ଧରଣର ସଫଳତା । ଆଜି ସହରରେ କୋଭିଡ କଟକଣା ଯାଞ୍ଚ କରୁଥିବା ବେଳେ ସହର ମଧ୍ୟରେ ବେଆଇନ ଜୁଆ ଆଡ୍ଡା ଚାଲୁଥିବା ଖବରପାଇ ଚଢ଼ାଉ କରିଥିଲେ । ଜୁଆ ଆଡ୍ଡା ରୁ ନଗଦ ୨୨ ହଜାର ୫ଶହ୪୦ ଟଙ୍କା, ୨ ଟି ମୋବାଇଲ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି ।

ସେହିଭଳି ଗୁଣୁପୁର ରେ ବେଆଇନ ବାଲି ଚାଲାଣ କରାଯାଉଥିବା ଏକ ଟ୍ରାକ୍ଟର ଓ ଜଗନ୍ନାଥପୁର ରେ ବେଆଇନ ମଦ କାରବାର ଉପରେ ମଧ୍ୟ ପୁଲିସ ଚଢ଼ାଉ କରିଥିବା ଗୁଣୁପୁର ଆଦର୍ଶ ଥାନା ଅଧିକାରୀ ଯଶବନ୍ତ ହିଆଲ ସୂଚନା ଦେଇଛନ୍ତି

Exit mobile version