କାଠ ପୋଲ ସାହା ଭରସା – ଜିଲ୍ଲା ଓ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆର ଉଦୟଗିରି ବ୍ଳକ ପୁରୁଣାପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଦପୁର ଓ କୋଦାଳବାଡ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି

ତଳେ ଘୋଡାହାଡ ପାଣି, ପାଣିରେମଧ୍ୟ କୁମ୍ଭୀର, ବ୍ରିଜ୍ ନଥିବା ଯୋଗୁଁ ଗ୍ରାମବାସୀଙ୍କ ଦ୍ଵାରା ନିର୍ମିତ କାଠ ପୋଲରେ ଜୀବନକୁ ପାଣି ଛଡେଇ ଯିବାଆସିବା କରିବାକୁ ପଡୁଛି ।

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତଅଞ୍ଚଳ ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମପଞ୍ଚାୟତର ବାଦପୁର ଓ କୋଦାଳବାଡ଼ ଗ୍ରାମବାସୀଙ୍କ ଦୁର୍ଦ୍ଦଶା କହିଲେ ନସରେ । ସ୍ବାଧୀନତାର ଦୀର୍ଘ ସାତଦଶନ୍ଧି ବିତିଯାଇଥିଲେ ମଧ୍ୟ ଗ୍ରାମକୁ କୌଣସି ରାସ୍ତା ନଥିବାରୁ ଲୋକମାନେ ପ୍ରତ୍ୟେକ ବର୍ଷ ନିଜ ଉଦ୍ୟମରେ ଗୋଟିଏ ଅସ୍ଥାୟୀ ପୋଲ ତିଆରି କରିଥାନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ଏହି କାଠପୋଲରେ ଯାତାୟତ ସମୟରେ ଅନେକ ଅସୁବିଧା ହେଉଛି  ।

ତଳେ ଘୋଡାହାଡ ପାଣି, ପାଣିରେମଧ୍ୟ କୁମ୍ଭୀର, ବ୍ରିଜ୍ ନଥିବା ଯୋଗୁଁ ଗ୍ରାମବାସୀଙ୍କ ଦ୍ଵାରା ନିର୍ମିତ କାଠ ପୋଲରେ ଜୀବନକୁ ପାଣି ଛଡେଇ ଯିବାଆସିବା କରିବାକୁ ପଡୁଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଆଗରୁ ଅନେକଥର ଲୋକମାନେ ଯାତାୟତ ସମୟରେ କୁମ୍ଭୀରର ଶିକାର ହୋଇଛନ୍ତି । ଆଉ ମୌଳିକ ସୁବିଧା କହିଲେ ଏହାତ ଗୋଟିଏ ଦୃଶ୍ୟ, ଗ୍ରାମରେ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନା ପହଞ୍ଚିବା ସ୍ବପ୍ନ, ହୋଈପଡ଼ିଛି  l

ପିଇବା ପାଣି ପାଇଁ ଲୋକେ ଘୋଡ଼ାହାଡ଼ ଡାମ ପାଣି ଉପରେ ନିର୍ଭର କରୁଛନ୍ତି । ଯେଉଁଠାରେ ରାସ୍ତା ଓ ପିଇବା ପାଣିର ସୁବିଧା ନାହିଁ ସେଠାରେ ଅନ୍ୟାନ୍ୟ ସରକାରୀ ଯୋଜନାର ସୁବିଧା ବିଷୟରେ ଚିନ୍ତା କରିବା ଅନୁଚିତ । ଗଜପତି ଜିଲ୍ଲା ପ୍ରଶାସନଓ ବ୍ଲକ ପ୍ରଶାସନ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମସ୍ୟା ଗୁଡ଼ିକ ସମାଧାନ କରିବା ପାଇଁ ଦାବି ହେଉଛି  l

Exit mobile version