କୋରଡ଼ା କ୍ରିକେଟ୍ ପ୍ରିମୀୟର ଲିଗ୍ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗ୍ରାମ ରେ ଅନୁଷ୍ଠିତ ହୋଇଥିବା କୋରଡ଼ା କ୍ରିକେଟ୍ ପ୍ରିମୀୟର ଲିଗ୍ ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ୍ ଟି ବଜରଙ୍ଗ ଲାୟନସ୍ ଏବଂ କେ ସି ସି କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ କେ ସି ସି ଦଳ ନିର୍ଦ୍ଧାରିତ ୧୫ ଓଭରରେ ୭୧ ରନ୍ ସଂଗ୍ରହ କରିଥିବା ବେଳେ ବଜରଙ୍ଗ ଲାୟନ୍ସ ୧୩ ଓଭର ରେ ମ୍ୟାଚ୍ ଟିକୁ ଜିତି ନେଇଥିଲା।ମ୍ୟାଚ୍ ଟିକୁ ପରିଚାଳନା କରିଥିଲେ ରଞ୍ଜନ ଗୋଚ୍ଛାୟତ ଓ ଅଞ୍ଜନ୍ ଗୋଚ୍ଛାୟତ ।

ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜୟୀ ଦଳରୁ ଉଇନର ଟ୍ରଫି ଏବଂ ପରାଜିତ ଦଳକୁ ରନର୍ଶ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ କୋରଡ଼ା ପ୍ରିମିୟର ଲିଗ୍ ର ପ୍ରତିଷ୍ଠାତା ତଥା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ଉଦୟପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ବେହେରା,ଗ୍ରାମ ସଭାପତି ପ୍ରମୋଦ ଦାସ, କୋରଡ଼ା ପ୍ରିମିୟର ଲିଗ୍ ସଭାପତି ଭଗବାନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version