Home ଅପରାଧ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କରାଦଣ୍ଡ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ମଙ୍ଗଳବାର ) ବାଲିଗୁଡ଼ା :- କନ୍ଧମାଳ, କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଭାସ୍କରଚନ୍ଦ୍ର ସାହୁ ମଙ୍ଗଳବାର ଏକ ୫ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ୧୪ ଜଣ ସାକ୍ଷୀଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ପିଡୀତାଙ୍କ ଗ୍ରାମର ପ୍ରକାଶଚନ୍ଦ୍ର କହଁର (୨୫)କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାକୁ ୨୦ ବର୍ଷ ସଶ୍ରମ କରାଦଣ୍ଡାରେ ଦଣ୍ଡିତ କରିଛନ୍ତି । ଏହା ସହିତ ଅଭିଯୁକ୍ତକୁ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଏକ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ମାନ୍ୟବର ବିଚାରପତି । ଜରିମାନା ଆଦାୟ ହେଲେ ପିଡିତାଙ୍କୁ କ୍ଷତିପୁରଣ ଭାବରେ ପ୍ରଦାନ କରାଯିବାକୁ ମଧ୍ୟ ବିଚାରପତିଙ୍କ ନିର୍ଦ୍ଧେଶ ରହିଛି । ସୂଚନା ଅନୁସାରେ ଖଜୁରିପଡା ଥାନା ଅଂଚଳରେ ରହୁଥିବା ପିଡିତାଙ୍କ ଗାଁରେ ଗତ ୧୭/୦୭/୨୦୧୮ ତାରିଖରେ ୫ ବର୍ଷିୟା ପିଡିତା ଏବଂ ତାର ଆଉ ଜଣେ ଭଉଣି ଓ ତାଙ୍କ ଜେଜେବାପାଙ୍କ ସହିତ ଖରାଦିନ ଯୋଗୁଁ ଗରମ ହେଉଥିବା କାରଣରୁ ଘର ବାରଣ୍ଡାରେ ଶୋଇଥିଲେ । ମଧ୍ୟରାତ୍ରରେ ପିଡିତା ସେ ଶୋଇଥିବା ଯାଗାରେ ନଥିବା ଦେଖି ଜେଜେବାପା ଏବଂ ତାଙ୍କ ଭଉଣି ତାଙ୍କୁ ଖୋଜାଖୋଜି କରିଥିଲେ । ଭୋର ସମୟରେ ପିଡିତାଙ୍କୁ ନିକଟରେ ଥିବା ଏକ ପାଇଖାନାରେ ଅସୁସ୍ଥ ଅବସ୍ଥାରେ ପାଇବା ପରେ ତାକୁ ପଚାରିବା ପରେ ଅଭିଯୁକ୍ତ ତାକୁ ସେଠାରୁ ଉଠାଇ ନେଇ ତା ସହିତ ଦୁଷ୍କର୍ମ କରିଥିବା ନେଇ କହିଥିଲା । ଏହି ସଂକ୍ରନ୍ତରେ ତା ପରଦିନ ଗାଁରେ ସଭା ହେବାପରେ ସଭାର ନିଷ୍ପତି ପ୍ରକାରେ ୧୯ ତାରିଖରେ ଖଜୁରିପଡା ଥାନାରେ ଜେଜେବାପା ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଖଜୁରିପଡା ଥାନା ପୋଲିସ ଏକ ମାମଲା ୫୮/୨୦୧୮ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା । ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ବନମାଳି ବେହେରା ପରିଚାଳନା କରୁଥିଲେ । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026