ବୈପାରିଗୁଡା କୋଲାର ପଞ୍ଚାୟତରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥ ଚୟନ କୁ ନେଇ ବୈଠକ : ଅନ୍ଯ ଦଳରୁ ବିଜେଡିରେ ଯୋଗ ଦାନ କଲେ ୨୦ ରୁ ଉର୍ଦ୍ଧ କର୍ମୀ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ମଙ୍ଗଳବାର ) ବୈପାରିଗୁଡା :- ଆଗାମୀ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତବାସୀଙ୍କ ପକ୍ଷରୁ ପ୍ରାର୍ଥ ଚୟନ କରିବା ନିମନ୍ତେ କୋଲାର ବାସୀଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଟିତ ହୋଇଥିବାର ଜଣାପଡିଛି !ବରିଷ୍ଟ ବିଜେଡି କର୍ମୀ ଆର.ଶ୍ରୀନିବାସ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ କୋଲାର ପଞ୍ଚାୟତର ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିଲେ !ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ଦଳ ବାଜି ମାତ୍ କରିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଏହି ବୈଠକରେ ଜିଲ୍ଲା ସମ୍ପାଦକ ଆର.ଦାମ୍ଭିକା ରାଓ, ପଞ୍ଚାୟତ ସଭାପତି ଦୈତାରୀ ଦିସାରୀ ,
ଜି. ଶ୍ରୀନୁ, ଦିବା ଜେନା,ରବିନ୍ଦ୍ର ନାୟକ, ତିଲ ନାୟକ, ମାଧବ ବୌରାଗୀଙ୍କ ସହ ପଞ୍ଚାୟତର ବରିଷ୍ଟ ସଦସ୍ଯ ମାନେ ଆଲୋଚନା କରି ସରପଞ୍ଚ,ସମିତିସଭ୍ଯ, ଓ୍ବାର୍ଡମେମ୍ବର କିଏ ପ୍ରାର୍ଥୀ ହେବେ ସେ ନେଇ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ କମିଟି ଗଠନ କରାଯାଇଥିଲା ।

ସେହି ପରି ଭାବେ ବିଜେଡି ଦଳର ଜନହିକକାର ଯୋଜନା ପାଇଁ ଗାଁ ଗହଳିର ଗରିବ ଅସହାୟ ଲୋକେ ସରକାରୀ ଯୋଜନା ଗୁଡିକ ପାଇପାରୁଥିବାରୁ ବିଜେଡି ଦଳ ପ୍ରତି ଲୋକେ ବିଶ୍ବାସ ବଢି ଚାଲିଥିବାରୁ କୋଲାର ପଞ୍ଚାୟତର ଅନ୍ଯ ଦଳର ୨୦ ରୁ ଉଦ୍ଧ କର୍ମୀ ଆଜି ବିଜେଡି ଦଳରେ ସାମିଲ ହୋଇଥିବାର ଜଣାପଡିଛି! ରିପୋର୍ଟ ବିକ୍ରାନ୍ତ କୁମାର ବେବର୍ତ୍ତା,

Exit mobile version