ଓଡ଼ିଶା ତାଜା ନ୍ୟୁଜ୍ (୦୧ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ବର୍ଷ ପୂର୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ତରଫରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଂଗ୍ରେସ ଦଳର ଜାତୀୟନେତା ଯଥା ଡଃ. କହ୍ନେୟା କୁମାର, ଗୁଜୁରାଟର ମାନ୍ୟବର ବିଧାୟକ ତଥା ଦଳିତ ନେତା ଶ୍ରୀ ଜିଗ୍ନେଶ ମେୱବାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର ପ୍ରଦେଶ କଂଗ୍ରେସର ପ୍ରଭାରୀ ଶ୍ରୀ ଭକ୍ତଚରଣ ଦାସ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଲକ୍ଷ୍ମୀ କାୱାସୀ ପ୍ରମୁଖ ଯୋଗଦାନ ଦେଇ ଜନସାଧାରଣ ଓ ଯୁବକମାନଙ୍କୁ ଏକତ୍ର ହୋଇ ନିଜକୁ ରାଷ୍ଟ୍ରୀୟ ଏକତ୍ରିକରଣ ସ୍ରୋତରେ ସାମିଲ ହେବା ପାଇଁ ବକ୍ତବ୍ୟ ପ୍ରଦାନ ସହ ହଜାର ହଜାର ସଂଖ୍ୟାରେ ଦଳିତ ଆଦିବାସୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ।
ଏହି ସମାବେଶର ସଫଳତାରେ ଇଶ୍ୱର୍ାପରାୟଣ ହୋଇ କିଛି ତଥାକଥିତ ଅସମାଜିକ ଯୁବକ ଯଥା ଶ୍ରୀ ଗୌରୀଶଙ୍କର, ଶ୍ରୀ ହିମାଂଶୁ ଶେଖର ମିଶ୍ର (ଆୟୁଷ ଡାକ୍ତର), ଶ୍ରୀ ମିହିର କୁମାର ମିଶ୍ର, ଦଳିତ ନେତା ଜିଗ୍ନେଶ ମେୱାନୀ, ଶ୍ରୀ କହ୍ନେୟା କୁମାର, ଶ୍ରୀ ଲକ୍ଷ୍ମୀ କାୱାସୀ ଓ ଭକ୍ତଚରଣ ଦାସ ମାନଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବା ସହ ଜାତିଆଣ ମନୋଭାବ ରଖି ସଭାସ୍ଥଳକୁ ପବିତ୍ର ଗଙ୍ଗାଜଳ ସିଂଚନ କରୁଥିବା ଭିଡ଼ିଓ ଭାଇରାଲ କରିଛନ୍ତି । ଯାହା ସଂପୂର୍ଣ୍ଣ ଭାବରେ ଦଳିତ ଆଦିବାସୀ ସମାଜର ସମ୍ମାନ ହାନି ହେବା ସହ ତାଙ୍କୁ ଶକ୍ତ ଆଘାତ ଦେଇଛି । ଯାହାଫଳରେ ସେମାନେ ମାନସିକ ଚାପରେ ରହିଛନ୍ତି ।
ନବରଙ୍ଗପୁର ଜିଲ୍ଲାରେ ଥିବା ଦଳିତ ଆଦିବାସୀମାନଙ୍କ ଭିତରେ ଏହା ତିବ୍ର ଉତେଜ୍ଜନା ସୃଷ୍ଟି କରିଛି । ନବରଙ୍ଗପୁର ଜିଲ୍ଲା ଏକ ଦଳିତ ଆଦିବାସୀ ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ପ୍ରାୟ ୧୨% ପ୍ରତିଶତରୁ ଉର୍ଦ୍ଧ ଦଳିତ ଆଦିବାସୀ ବସବାସ କରନ୍ତି । ସ୍ୱର୍ଗତଃ ଜଗନ୍ନାଥ ତ୍ରିପାଠୀଙ୍କ ପୂର୍ବରୁ ଏହିଠାରେ ମିରୁ ହରିଜନ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ପୋଟାକୋଟା ଗ୍ରାମର ଅର୍ଜୁନ ହରିଜନ କୁଇଟ୍ ଇଣ୍ଡିଆ ମୁଭମେଂଟ୍ରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଗିରଫ ହୋଇ ୧୯୪୨ ମସିହାରେ ବ୍ରହ୍ମପୁର ସ୍ଥିତ ଜେଲରେ ନଖାଇ ନପିଇ ମୃତ୍ୟୁବରଣ କରି ଦେଶ ପାଇଁ ବଳିଦାନ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାର ମାଟିର ସନ୍ତାନ ମାନେ ଦେଶ ସ୍ୱାଧୀନତାରେ ନିଜକୁ ସମର୍ପଣ କରି ସହୀଦ ଲକ୍ଷ୍ମଣ ନାଏକଙ୍କ ସମେତ ଅନେକ ଦଳିତ ଆଦିବାସୀ ନେତା ଦେଶସ୍ୱାଧୀନତାରେ ନିଜକୁ ବଳିଦାନ ଦେଇଛନ୍ତି ।
ତେଣୁ ଏହି ପବିତ୍ର ମାଟିରେ ବସବାସ କରୁଥିବା ଜନସାଧାରଣ ତଥା ସମଗ୍ର ରାଜ୍ୟର ଦଳିତ ଆଦିବାସୀ ମାନଙ୍କର ସମ୍ମାନକୁ କ୍ଷୁର୍ଣ୍ଣ କରିବାର ଭଳି ଯେଉଁ ଘୃର୍ଣ୍ଣ କାର୍ଯ୍ୟ ଦୋଷୀମାନେ କରିଛନ୍ତି ତାହା ନିନ୍ଦନୀୟ ଓ ଜଘନ୍ୟ ଅପରାଧ । ଶ୍ରୀ ଗୌରୀଶଙ୍କର, ଶ୍ରୀ ହିମାଂଶୁ ଶେଖର ମିଶ୍ର (ଆୟୁଷ ଡାକ୍ତର), ଶ୍ରୀ ମିହିର କୁମାର ମିଶ୍ର ଗଙ୍ଗାଜଳ ସିଂଚନ କରି ନିର୍ଦ୍ଧିଷ୍ଟ ଜାତିର ଭାବଧାରାକୁ ଆକ୍ଷେପ କରି ମନ୍ତବ୍ୟ ଦେବା ଜଘନ୍ୟ ଅପରାଧ । ଏ ସଂପର୍କରେ ତା.୨୯.୧୨.୨୦୨୧ରିଖରେ ନବରଙ୍ଗପୁର ଜିଲ୍ଲା ଆଇ.ଆଇ.ସି.ଙ୍କ ନିକଟରେ ଏକ ଏଫ୍.ଆଇ.ଆର. ଦରଜ କରାଯାଇଅଛି । ପ୍ରକାଶ ଥାଉକି, ଉକ୍ତ ତିନି ଜଣ ବ୍ୟକ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ସମର୍ଥକ ଅଟନ୍ତି ।