ୱାଲର୍ଡ ବୁକ୍‌ ଅଫ୍‌ ରେକର୍ଡସର ପ୍ରମାଣପତ୍ର ଗ୍ରହଣ କଲେ ରାଜ୍ୟପାଳ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଜାନୁଆରୀ ଶନିବାର ) ଭୁବନେଶ୍ୱର :- ଅନ୍ତର୍ଜାତୀୟ ସ୍ତରୀୟ ବିଶିଷ୍ଟ ଲେଖିକା, ୱାଲର୍ଡ ବୁକ୍ସ ଅଫ୍‌ ରେକଡର୍ସର ଉପସଭାପତି ତଥା ମାନବ ଅଧିକାର, ରାଜସ୍ଥାନ, ଜୟପୁରର ସଭାପତି ଶ୍ରୀମତୀ ମୀତା ମହାପାତ୍ର ଆଜି ପୂର୍ବାହ୍ନରେ ରାଜଭବନ ପରିସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଯୋଗ ଉପରେ ବିଭିନ୍ନ ଆସନ, ପ୍ରଣାଳୀ, ଉପକାରିତା ଉପରେ ପର୍ଯ୍ୟବସିତ ତାଙ୍କର ଲିଖିତ ପୁସ୍ତକ ” Yogic Vision” (ଯୋଗିକ୍‌ ଭିଜନ୍‌) ଭେଟି ଦେଇଛନ୍ତି ।

ଏତଦ୍‌ବ୍ୟତୀତ କରୋନା ମହାମାରୀ ସମୟରେ ଓଡ଼ିଶାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୱାଲର୍ଡ ବୁକ୍ସ ଅଫ୍‌ ରେକଡର୍ସ ସଂସ୍ଥା ତରଫରୁ ପ୍ରତିବଦ୍ଧତା ପ୍ରାଣପତ୍ର ମହାମହିମ ରାଜ୍ୟପାଳଙ୍କୁ ଉପହାର ସ୍ୱରୂପ ଭେଟି ଦେଇଛନ୍ତି ା ନିକଟରେ ତାଙ୍କ ସ୍ୱାମୀ ଶ୍ରୀ ମନୋଜ କୁମାର ମହାପାତ୍ର ଏବଂ ରାଜଭବନରେ ଲୋକସଂପର୍କ ଅଧିକାରୀ ଶ୍ରୀ ରକ୍ଷକ ନାୟକ ଉପସ୍ଥିତ ଥିଲେ ।

Exit mobile version