ଓଡ଼ିଶାର ପ୍ରଥମ ଛତୁ ପ୍ରକ୍ରିୟାକରଣ କେନ୍ଦ୍ର : ମା’ମାନଙ୍କ ବିକାଶ ପାଇଁ ଛତୁ ପ୍ରକଳ୍ପର ପରିକଳ୍ପନା – କୃଷିମନ୍ତ୍ରୀ ଡ.ସାହୁ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ବୁଧବାର ) ଓଡ଼ଗାଁ :- ଅପରାହ୍ନରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଓଡ଼ଗାଁ ବ୍ଲକ ଗସ୍ତରେ ଆସି ୪୦ କୋଟି ୩୩ ଲକ୍ଷ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହିତ ୨୨ଲକ୍ଷ ୧୪ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନୂତନ କୋଠାର ଉଦ୍‌ଘାଟନ କରିଥିଲେ । ପ୍ରଥମେ ନିୟନ୍ତ୍ରୀତ ବଜାର କମିଟି ବାହାଡ଼ଝୋଲା ଆନୁକୂଲ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରାବେରା ପଂଚାୟତ କାର୍ଯ୍ୟାଳୟ ଠାରେ ୨କୋଟି ୫୪ଲକ୍ଷ ଟଙ୍କା ବ୍ୟୟରେ ଛତୁ ପ୍ରକଳ୍ପର କାର୍ଯ୍ୟ ଯଥାଶୀଘ୍ର ତ୍ୱରାନ୍ନିତ ହେବାକୁ ଯାଉଥିବାବେଳେ ସାରା ଭାରତ ବର୍ଷରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଆତ୍ମ ନିର୍ଭରଶୀଳ ହେବା ସହ ସ୍ୱାବଲମ୍ବି ହେବା ପାଇଁ ପାଳଛତୁ ଚାଷ ଏକ ଭଲ ଲାଭଜନକ ପନ୍ଥା ବୋଲି ଡ. ସାହୁ କହିଥିଲେ ।

ମହିଳାମାନେ କିପରି ସଶକ୍ତ ହେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ଗାଁ ଅଂଚଳର ମା’ମାନଙ୍କର ବିକାଶ ପାଇଁ ଏହି ଛତୁ ପ୍ରକଳ୍ପର ପରିକଳ୍ପନା କରିଛନ୍ତି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ। ଛତୁ ପ୍ରକଳ୍ପ ହେଲେ ମଞ୍ଜି ପ୍ରକିୟାକରଣ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ ମହିଳାମାନଙ୍କୁ ସ୍ୱାବଲମ୍ବି କରାଯାଇପାରିବ।ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ୩୦ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟରେ ଓଡ଼ଗାଁ ଏନଏସିକୁ ପାନୀୟ ଜଳ ଯୋଗଣ, ୬ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ବିଜୁପଟ୍ଟନାୟକ ବହୁମୂଖ୍ ଇନ୍‌ଡୋର ଷ୍ଟାଡିୟମ ଓଡ଼ଗାଁ ନିର୍ମାଣ, ଗୋଡିପଲ୍ଲୀ କୁରାଳ ପୂର୍ତ୍ତ ବିଭାଗ ରାସ୍ତାର କୁସୁମୀ ନଦୀ ଉପରେ ୧ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ ସେତୁ ନିର୍ମାଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ, ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପକ୍ଷା ବିରଜାଲକ୍ଷ୍ମୀ ସାହୁ, ବିଡିଓ ସ୍ୱାତିଲେଖା ଦାସ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର, ପୂର୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜାତଶତ୍ରୁ ସାହୁ, ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା, ଜନସ୍ୱାସ୍ଥ୍ୟ ଅଧିକାରୀ ଦୁର୍ଯ୍ୟୋଧନ ସାହୁ, ଜିଲା କ୍ରୀଡା ଅଧିକାରୀ ସୁଜାତା ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Exit mobile version