୨୯ ତମ ରାଜ୍ୟ ସ୍ତରୀୟ ବଲ ବ୍ୟାଡମିଣ୍ଟନ ର ସିନିୟର୍ ଚାମ୍ପିଅନ ସିପ ରେ ଭୁବନେଶ୍ୱର ଵାଳକ ବିଭାଗ ରେ ଝାରସୁଗୁଡ଼ା ମହିଳା ବିଭାଗ ରେ ଚମ୍ପିୟାନ ହେଇଥିଲେ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ଛତିଆ :- ୨୯ତମ ରାଜ୍ୟ ସ୍ତରୀୟ ସିନିୟର୍ ବଲ ବ୍ୟାଡ ମିଣ୍ଟନ ଚାମ୍ପିଅନ ସିପ ଶୁଭାରମ୍ଭ ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ କ୍ୟାମ୍ପସ ର ଖେଳ ପଡ଼ିଆରେ ଆରମ୍ଭ ହୋଇ ତ୍ରି ଦିବାସୀୟ ଖେଳ ପ୍ରତିଯୋଗିତା ଚାଲୁ ରହି ଥିବା ବେଳେ ଉଦଯାପିତ ହୋଇଥିଲା । ନିମନ୍ତ୍ରିତ ଅତିଥି ଭାବେ ଓ ସି ଏଲ ଭାରତ ଡାଲମିଆଁ ସମେଣ୍ଟ ର ବରିଷ୍ଠ ଅଧିକାରୀ ଯୋଗ ଦେଇ ଫ୍ଲାଗ ଉତ୍ତୋଳନ କରି ଥିବାବେଳେ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ପ୍ରଦାନ ଲରିଥିଲେ ।

ରାଜ୍ୟ ର ମୋଟ ୨୨ଗୋଟି ଜିଲ୍ଲାରୁ ୪୦୦ରୁ ଉର୍ଦ୍ଧ୍ବ ଉଭୟ ମହିଳା ଓ ପୁରୁଷ ଖେଳାଳି ବିଭିନ୍ନ ଜିଲ୍ଲା ରୁ ଭାଗ ନେଇ ଥିବା ବେଳେ, ପୁରୁଷ ଭିଭାଗରୁ ୨୨ ଗୋଟି ଓ ମହିଳା ରୁ ୧୮ ଗୋଟି ଦଳ ଭାଗ ନେଇ ଥିଲେ । ଏହି ପ୍ରତି ଯୋଗିତା ତିନିଦିନ ଧରି ଖେଳା ଯାଇ ଥିବା ବେଳେ,ପୁରୁଷ ଭିଭାଗ ରୁ ଭୁବନେଶ୍ୱର ଖୋର୍ଦ୍ଧା ମଧ୍ୟରେ ଫାଇନାଲ୍ ପହଞ୍ଚି ଥିଲା ବେଳେ ଭୁବନେଶ୍ୱର ୩୫-୨୯,୩୫୨୪ ସେଟ ରେ ବିଜୟୀ ହୋଇ ଥିଲେ । ସେହିପରି ମହିଳା ଭିଭାଗରେ କଟକ କୁ ହରାଇ ଝାରସୁଗୁଡା ୩୫-୩୨,୩୫-୩୦ ସେଟ ରେ ବିଜୟ ହାସଲ କରିଛି ।

 

 

 

ମହିଳା ବିଭାଗରେ ଶ୍ରେଷ୍ଠ ଖେଳାଳି ଭାବେ ସ୍ବତୀସ୍ନିଗ୍ଧା ସାହୁ ଓ ପୁରୁଷ ଭଭାଗ ରେ ପି ପବନ କୁମାର ଙ୍କୁ ପୁରସ୍କୃତ ହୋଇଥିଲେ । ତେବେ ଏହି ସିନିଅର ବଲ ବ୍ୟାଡ ମିଣ୍ଟନ ଖେଳର ଫାଇନାଲ ଚମ୍ପିୟାନ ସିପ ୬୬ ତମ ଜାତୀୟ ପ୍ରତିଯୋଗିତା କର୍ଣ୍ଣାଟକ ର ମାଙ୍ଗାଲୋର ଠାରେ ଆସନ୍ତା ୨୦୨୨ ଫ୍ରବ୍ରୁଆରୀ ମାସରେ ଖେଳାଯିବାକୁ ସୂଚନା ଦେଇ ଛନ୍ତି ରାଜ୍ୟ ବ୍ୟାଡମିଣ୍ଟନ ଆସୋସେଶନ ର ରାଜ୍ୟ ସମ୍ପାଦକ ସୁକାନ୍ତ ଦାସ । ତେବେ ଯାଜପୁର ଜିଲ୍ଲା ବଲ ବ୍ୟାଡ ମିଣ୍ଟନ ସଂଘ ର ସଭାପତି ଧନେଶ୍ୱର ବେହେରା, ଜିଲ୍ଲା ହ୍ୟାଣ୍ଡ ବଲ ଅସୁସେସନ ର ସମ୍ପାଦକ ରମେଶ ଚନ୍ଦ୍ର ପୃଷ୍ଟି ,ସମ୍ପାଦକ ସିରିଆ ମହାନ୍ତି ପ୍ରମୁଖ ବହୁ ଅଧିକାରୀ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ ।

Exit mobile version