ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ ହୋଇଛି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ସଭାଗୃହ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସରୋଜ କୁମାର ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ ମହାବାତ୍ୟାକୁ ମନେ ପକାଇବା ସହିତ ସେହି ସମୟରେ ହୋଇଥିବା ଧନଜୀବନ କ୍ଷୟକ୍ଷତି ଉପରେ ଆଲୋଚନା କରିଥିଲେ ।

ଏହା ସହ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ କିପରି ମୁକାବିଲା କରିହେବ ସେନେଇ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସରୋଜ କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହ ପ୍ରାରମ୍ଭରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଏନେଇ ଆସନ୍ତା କାଲି ରାମସାଗର ଠାରେ ମଧ୍ୟାହ୍ନ ସମୟରେ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ମକ୍‌ଡ୍ରିଲ କରାଯିବ ବୋଲି ସୂଚନା ମିଳଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଡିଆର୍‌ଏଫ ଦଳ, ଅଗ୍ନିଶମ ବିଭାଗ ସହ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତଥିଲେ ।

Exit mobile version