ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଭାବେ ବାଳକୃଷ୍ଣ ମାଝୀଙ୍କ ଦାୟିତ୍ବ ଗ୍ରହଣ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଂକ ଶୁଭେଚ୍ଛା

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାରପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ନୂତନ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ବାଳକୃଷ୍ଣ ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ନେବାପରେବ୍ଲକରଶିକ୍ଷକଶିକ୍ଷୟତ୍ରୀଓ କର୍ମଚାରୀମାନେ ଶ୍ରୀମାଝୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାର ଜଣାପଡିଛି । ଏଥିପୂର୍ବରୁ ଏହି ଦାୟିତ୍ୱରେ ଥିଲେ ବ୍ରଜ ନାୟକ । ବାଳକୃଷ୍ଣ ମାଝୀ ପ୍ରଥମେ ବଡପଦା ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତ ହୋଇ ପରେ ଉପଲଡା ହାଇସ୍କୁଲରୁ ପଦନ୍ନୋତି ପାଇ ଭୁଷୁକୁଡି ଗ୍ରାମରେ ଥିବା

ହାଇସ୍କୁଲ ଠାରେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସେ ମୁଖ୍ୟତଃ ବିଜ୍ଞାନ ଏବଂ ଗଣିତ ବିଷୟବସ୍ତୁ ପଢାଇବାପାଇଁ ବହୁ ଖ୍ୟାତି ଅର୍ଜନ କରିବା ସହ ବିହୁ ବିଜ୍ଞାନ ମେଳାରେ ତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହେଉଥିବା ପ୍ରଦର୍ଶନୀରେ ବହୁ ଛାତ୍ରଛାତ୍ରୀ କୃତୀତ୍ୱ ହାସଲ କରିଛନ୍ତି । ସୂଚନା ଯୋଗ୍ୟ ଯେ, ବାଳକୃଷ୍ଣ ମାଝୀଙ୍କ ଜନ୍ମ ସ୍ଥାନ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ବୋଲି ଜଣାପଡିଛି ସେ ବର୍ତ୍ତମାନ ପାରଳାଖେମୁଣ୍ଡି ସ୍ଥିତ ଫ୍ରେଣ୍ଡସ କଲୋନୀ ରେ ରହୁଛନ୍ତି l

 

Exit mobile version