Home ଓଡ଼ିଶା ରଣପୁର : କିଛି କଥା, କିଛି ବ୍ୟଥା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ବିଜୟ କୁମାର ଜେନା, ଅବସର ପ୍ରାପ୍ତ ପ୍ରାଧ୍ୟାପକ, ରଣପୁର ଓଡ଼ିଶା ତାଜା ନ୍ୟୁଜ୍ (୨୭ ଡିସେମ୍ବର ସୋମବାର) ରଣପୁର :- ପ୍ରଥମ କରି ଭୂ -କର ସମନ୍ଧୀୟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସର୍ଭେ ଦାୟିତ୍ଵ ଉଭୟ ବେଙ୍ଗଲ ଆକ୍ଟ ୧୮୭୫ଏବଂ ଓଡ଼ିଶା ପ୍ରଜା ସ୍ଵତ୍ବ ଆଇନ ୧୯୧୩ମିଳିତ ଆନୁକୁଲ୍ୟରେ ସମ୍ପାଦନ କରାଯାଇଥିଲା । ରଣପୁର ଗଡ଼ଜାତର ମିଶ୍ରଣ ପରେ ଏହି ସର୍ଭେ କାର୍ଯ୍ୟକାରିତାକୁ ଏକ କ୍ଷୁଦ୍ର ସର୍ଭେ ଭାବେ ନାମିତ କରାଯାଇଥିଲା । ପୁରୀ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଏହା ପରିଚାଳିତ ହେଉଥିଲା।ପୁରୀ ଜିଲ୍ଲାର ଜିଲ୍ଲାପାଳହେଉଛନ୍ତି ଏହି ସର୍ଭେର ପଦାଧିକାରୀ ବନ୍ଦୋବସ୍ତ ଅଫିସର, ତାଙ୍କୁ କାର୍ଯରେ ସାହାଯ୍ୟ କରିବା ନିମନ୍ତେ ଜଣେ ସହାୟକ ବନ୍ଦୋବସ୍ତ ଅଫିସର ମଧ୍ୟ ନିଯୁକ୍ତ ଥିଲେ । ଏହି ସର୍ଭେର ପ୍ରଚ୍ଛପଟରେ ଏକ କାରଣ ନିହିତ ଅଛି,ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି_ଏକ ଉପଯୁକ୍ତ ଭୂକର ଏବଂ ପ୍ରଚଳିତ ଅଧିକାର ଗୁଡ଼ିକର ବିବରଣୀକୁ ସଠିକ ଭାବେ ଆକଳନ କରିବା, ବିଗତ ବନ୍ଦୋବସ୍ତ ବିବରଣୀ, ୧୮୯୬ଠାରୁ କୃଷିଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଉପରେ ତର୍ଜମା କରିବା ଇତ୍ୟାଦି।ଏହା ପ୍ରକାରାନ୍ତରେ କର ବା ଖଜଣା ବୃଦ୍ଧି କରିବ ସକାଶେ ବିଚାରକୁ ନେବା, କିନ୍ତୁ ସାଧାରଣ ଭାବେ ଏହାର ବୃଦ୍ଧି ଘଟାଇବା ସର୍ଭେର ଲକ୍ଷ୍ୟ ଥିଲା । ବିଭିନ୍ନ କିସମର ଜମି ସକାଶେ ପ୍ରଚଳିତ ଖଜଣା ଚାଲୁ ହୋଇଆସୁଥିଲା । ଗ୍ରାମ ଗୁଡ଼ିକ ତିନୋଟି ଆଧାରକୁ ଭିତ୍ତି କରି ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିଲା, ଯଥା- ଯୋଗାଯୋଗ ସୁବିଧା, ବଜାର ବା ବିପଣି ଜନିତ ସୁବିଧା, ଜଳସେଚନର ସୁବିଧା ଇତ୍ୟାଦି।ତଦନୁଯାୟୀ ଟିକସର୍ ପରିମାଣ ଧାର୍ଯ୍ୟ ହୋଇ ପ୍ରାୟୋଜିତ ଥିଲା । ପୂର୍ବବର୍ତ୍ତୀ ସର୍ଭେ ଖାସ ଉପଯୁକ୍ତ ନଥିଲା । ତାପରଠାରୁ ସର୍ଭେ ଗୁଡିକରେ ଜମିଜମା ବନ୍ଦୋବସ୍ତର ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଥିଲା । ଏହି ବନ୍ଦୋବସ୍ତ ର ଆରମ୍ଭ ପର୍ଯ୍ୟନ୍ତ ସରବରାକାର ମାନଙ୍କ ଦ୍ଵାରା ଭୁ ରାଜସ୍ବ ସଂଗ୍ରିହୁତ ହୋଇ ଆସୁଥିଲା । ଏହି ବ୍ୟବସ୍ଥାରେ ଖଜଣା ପ୍ରଦାନକାରୀ ମାନଙ୍କରଜମିଜମା ପଟ୍ଟା ପରବର୍ତ୍ତୀ ବନ୍ଦୋବସ୍ତକୁ ପରିବର୍ଦ୍ଧିତ କରାଯାଇ ନଥିଲା । ଅବଶ୍ୟ ଏହି ବ୍ୟବସ୍ଥା ତା ୦୧-୦୫-୧ ୯୫୩ରିଖ ଠାରୁ ଉଚ୍ଛେଦ କରାଯାଇଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ by Proprietor Abhimanyu Maharana June 26, 2026 Dabur India Limited inducts the importance of Wonder Herb – Pudina by Proprietor Abhimanyu Maharana June 26, 2026 ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ by Proprietor Abhimanyu Maharana June 25, 2026 ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ by Proprietor Abhimanyu Maharana June 25, 2026 ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି by Proprietor Abhimanyu Maharana June 25, 2026 ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ by Proprietor Abhimanyu Maharana June 25, 2026