ଇଂରାଜୀ ପାକ୍ଷିକ ଖବର କାଗଜ ‘ନୟାଗଡ଼ ଲାଇଟ’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ରବିବାର) ଓଡ଼ଗାଁ :- ନୟାଗଡ଼ ଜିଲ୍ଲାରୁ ଇଂରାଜୀ ପାକ୍ଷିକ ଖବର କାଗଜ ‘ନୟାଗଡ଼ ଲାଇଟ’ ପ୍ରକାଶ ପାଉଥିବା ଏକମାତ୍ର ଇଂରାଜୀ ପାକ୍ଷିକ ଖବର କାଗଜ ‘ନୟାଗଡ଼ ଲାଇଟ’ର ୬ଷ୍ଠ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଡ.ଆଶୁତୋଷ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ,ସଙ୍ଗୀତକାର ତଥା ଭାରତ ବିକାଶ ପରିଷଦର ସଭାପତି ପ୍ରଦୀପ୍ତ ପଟ୍ଟନୟକ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ କରିବା ସହ ନୟାଗଡ଼ ଲାଇଟ ଖବର କାଗଜ ବେଶ ପାଠକୀୟ ଆଦୃତି ଲାଭ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ ।

 

ନୟାଗଡ଼ ଜିଲ୍ଲାରେ ବହୁ ଭାଷାଭାଷୀ ଲୋକ ବାସ କରୁଥିବା ବେଳେ ଏହି ଖବର କାଗଜ ଦ୍ୱାରା ସେମାନେ ଆଞ୍ଚଳିକ ଖବର ସମ୍ପର୍କରେ ଅବଗତ ହୋଇ ପାରୁଛନ୍ତି । ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

Exit mobile version