ଉଦୟ ମାନ ସ୍ଵଚ୍ଛାସେବି ଅନୁଷ୍ଠାନ ପକ୍ଷରୁ ଆନ୍ତଃ ରାଜ୍ୟ ଅନଲାଇନ ପ୍ରତିଯୋଗିତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ରବିବାର) ଛତିଆ :- ଉଦୟ ମାନ ସେସ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ଧାନ ମଣ୍ଡଳ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଠାରେ ଆନ୍ତଃ ଜିଲ୍ଲା ଅନଲାଇନ ପ୍ରତି ଯୋଗୀତାର ଆରମ୍ଭ ହୋଇ ଥିଲା । ଏହି ପ୍ରତି ଯୋଗୀତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦୦ ରୁ ଉର୍ଦ୍ଧ୍ବପ୍ରତିଯୋଗୀ ଭାଗ ନେଇ ଥିବା ବେଳେ,କୁନି କୁନି ପ୍ରତିଭାମାନେ ନାଚ, ଗୀତ, ବାଦ୍ୟ ମାଧ୍ୟମ ରେ ନିଜନିଜର ଦକ୍ଷତା ପରିବେଷଣ କରିଥିଲେ ।

ତେବେ ଜିଲ୍ଲାର ଅଗ୍ରଣୀ ସେସ୍ଛାସେବୀ ଉଦୟ ମାନ ଅନୁଷ୍ଠାନ ପକ୍ଷରୁ ଏହି ଭଳି କାର୍ଯ୍ୟକ୍ରମ କରି ଥିବା ରୁ ଜିଲ୍ଲା ପାଇଁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିପାରି ଛନ୍ତି । ଏହି କ୍ରମକୁ ଆନୁଷ୍ଠାନିକ ଭାବେ ଦର୍ପଣ ତହସିଲଦାର ପ୍ରଦୀପ୍ତ କୁମାର ସେଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ, ପରେ ପରେ ବଡ ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଯୋଗ ଦେଇ ଅନୁଷ୍ଠାର ଏହି ପ୍ରୟାସ କୁ ପ୍ରଶଂସା କରିଥିଲେ ।

ତେବେ ନିମତ୍ରୀତ ଅତିଥି ଭାବେ ବିନାୟକ ମିଶ୍ର ବିଶିଷ୍ଟ କଳାକାର ଯୋଗ ଦେଇ ରାଜ୍ୟ ର ବିଭିନ୍ନ କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ କଳାର ପ୍ରଶଂସା କରି ଥିଲେ । ସଭା ଶେଷରେ ସଂଗଠନର ବରିଷ୍ଠ ସଦସ୍ୟ ତଥା ସଭାପତି ଅନୀଲ କୁମାର ଦାସ ସଂଗଠନ ର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ସହିତ ୨୦୨୨ ନବ ବର୍ଷର ଅଭିନନ୍ଦନ ଜଣାଇ ଥିଲେ ।

Exit mobile version