ରଣପୁର : ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ରଣପୁର :- ଆଜି ବିଜେଡି ର ୨୫ ତମ ପ୍ରତିଷ୍ଠାତ୍ତମ ଦିବସ ଅବସରରେ ରଣପୁର ବିଧାୟକ ଙ୍କ ଜନ କଲ୍ୟାଣ ହିତ ନିମନ୍ତେ ମା ମଣିନାଗ ଙ୍କ ପୀଠରେ ଦୀପ ଦାନ । ତେବେ ଆଜି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପ୍ରଥମେ ଶହୀଦ ମଣ୍ଡପରେ ବିଜୁ ପଟ୍ଟନାୟକ ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରି ରଣପୁର ମୁଖ୍ୟ ଚିକିତ୍ସାଳୟରେ ଥିବା ଶଯ୍ୟାଶାୟୀ ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି ।

ତତ୍ପରେ ଆରାଧ୍ୟା ଦେବୀ ମା ମଣିନାଗ ଙ୍କ ପୀଠ ରେ ଯାଇ ୨୫ ଟି ୱାର୍ଡ ର ହିତ ସାଧନ ପାଇଁ ମା ଙ୍କ ନିକଟରେ ଦୀପ ଜାଳି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ପୂର୍ବତନ ଚେୟାରମ୍ୟାନ ଇ. ଦେବାଶିଷ ପଟ୍ଟନାୟକ ,

ଆଇନଜୀବୀ ତଥା ସମାଜସେବୀ ସୁରେଶ ମିଶ୍ର , ନଗର ସଭାପତି ସ୍ୱରାଜ ମହାନ୍ତି , ପୂର୍ବତନ ଭାଇସ ଚେୟାରମ୍ୟାନ ପ୍ରିୟବ୍ରତ ପ୍ରହରାଜ , ସାମ୍ବାଦିକ ଅଭିମନ୍ୟୁ ମହାରଣା , ରଘୁନାଥ ନାୟକ , ସୁକାନ୍ତ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଦାଶ ଏବଂ ଯୁବନେତା ବନମାଳୀ ମହାପାତ୍ର , ସୁଶାନ୍ତ ମିଶ୍ର , ୱାର୍ଡ ର ପୂର୍ବତନ କାଉନସିଲର ଇତ୍ୟାଦି ଯୋଗ ଦେଇଥିଲେ ।

ବିଧାୟକ ମା ମଣିନାଗ ଙ୍କ ପୀଠରୁ ଚାନ୍ଦପୁର ଅଭିମୁଖେ ଗ୍ରସ୍ତ କଲେ ।

Exit mobile version