ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ସ୍ଥିତ ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଜାତୀୟ ଖାଉଟି ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବସ୍‌ଷ୍ଟାଣ୍ଡ ସ୍ଥିତ ମୋଟର କାର୍ଯ୍ୟକାରୀ ସଂଘ ଆନୁକୁଲ୍ୟରେ ଜାତୀୟ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ଖାଉଟି ଅଧିକାର ସଂଘର କାର୍ଯ୍ୟକାରିଣୀ ସଭାନେତ୍ରୀ ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ ଖାଉଟି ମାନଙ୍କ ବିଭିନ୍ନ ସମସ୍ୟା ଓ ଅଧିକାର ସମ୍ପର୍କରେ ପ୍ରାଞ୍ଜାଳ ଭାବେ ଆଲୋଚନା ହୋଇଥିଲା ।

ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ, କୋଷାଧ୍ୟକ୍ଷ ଶିଶିରଭଞ୍ଜ ସାମନ୍ତ, ପୌରାଞ୍ଚଳ ସଭାପତି ରଞ୍ଜନ ମହାପାତ୍ର, ନରସିଂହମାଳ ବିଶୋୟୀ, କେଦାର ଶବର, ଲିଙ୍ଗରାଜ ପାଣିଗ୍ରାହୀ, ଶଙ୍କର ରାଓ, ଚକ୍ରଧର ନାୟକ ପ୍ରମୁଖ ଯୋଗ ଦେଇ ଖାଉଟି ଦିବସ ପାଳନର ମହତ୍ୱ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଲିଙ୍ଗରାଜ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version