ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ବ୍ରହ୍ମପୁର :- ବାଧକ ସାଜିଛି ଅର୍ଥ,ଚିକିତ୍ସା ଅଭାବରୁ ଜଣେ ଯୁବକ ମୃତ୍ୟୁ ଶଯ୍ୟାରେ ଅସହାୟ ଅବସ୍ଥାରେ ପଡ଼ିରହିଛି । ଦୀର୍ଘ ଏକମାସ ଧରି ବ୍ରହ୍ମପୁର ବଡ଼ମେଡିକାଲ୍ ରେ ଚିକିତ୍ସା ପରେ ଅର୍ଥ ଅଭାବରୁ ମୃତ୍ୟୁସହ ସଂଗ୍ରାମ କରୁଛି ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗୋଳନ୍ଥରା ଚଟି ନୂଆଁ ସାହିର ରବି ସେଠୀ । ବୟସ ୪୦ ପିଲା ଦିନରୁ ବାପା ମା ଛେଉଣ୍ଡ । ବଡ଼ ଭାଇ ପାଖରେ ରହି ଜୀବନ ଅତିବାହିତ କରିବା ସମୟରେ ଏକ ରୋଗ ମାଡ଼ି ବସିଲା । ନିଜ କୌଳିକ ବୃତ୍ତି କରି ନିଜ ପେଟ ପୋଷିବା ସମ୍ଭବ ନୁହେଁ ବୋଲି ରବି ର ବଡ଼ଭାଇ ସୁବାଷ ଓ ଭାଉଜ ଝୁନୂ କହିଛନ୍ତି । ଦିଅର କୁ ଦୀର୍ଘ ଦିନ ହେଲା ଯକ୍ଷ୍ମା ରୋଗ ମାଡ଼ି ବସିଲା ପରେ ପରେ ଆଉ ଏକ ଅଜଣା ରୋଗ ହୋଇଥିବାରୁ ଚିକିତ୍ସା କରିବା ପାଇଁ ଅର୍ଥ ଅଭାବ ।