Home ଓଡ଼ିଶା ଆଗକୁ ପଞ୍ଚାୟତ ନିର୍ବାଚନ : ସତ୍ୟପାଠରେ ଭୁଲ୍ ଥିଲେ – ମିଳିବ ଦଣ୍ଡ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର ) ଭୁବନେଶ୍ୱର :- ଆଗକୁ ପଞ୍ଚାୟତ ନିର୍ବାଚନ । ତୃଣମୂଳ ସ୍ତରରେ ସ୍ୱଚ୍ଛତା ଆଣିବାକୁ ଏଥର ପ୍ରଣୟନ ହୋଇଛି ନୂଆ ବ୍ୟବସ୍ଥା । ଏ ସମ୍ପର୍କୀତ ଗେଜେଟ ପ୍ରକାଶିତ ହୋଇଛି । ଫଳରେ ତୃଣମୂଳ ସ୍ତରରେ ମଇଦାନକୁ ଓହ୍ଲାଇବାକୁ ଥିବା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟପାଠ ଜରିଆରେ ନିଜ ସମ୍ପର୍କୀତ ତଥ୍ୟ ଦେବେ । ପରବର୍ତ୍ତୀ ସମୟରେ ଏହା ଭୁଲ୍ ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ୟ୍ୟାନୁଷ୍ଠାନ । ଆଜି ଏହି ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ । ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ କଡ଼ାକଡ଼ି ଲାଗୁ ହେବ । ସେମାନେ ନିଜ ନାଁରେ ଥିବା ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଏହି ତଥ୍ୟ ଦାଖଲ କରିବେ । ଏହାକୁ ସାର୍ବଜନୀନ କରାଯାଇ ଓ ସମସ୍ତ ତଥ୍ୟ ୱେବସାଇଟ୍ରେ ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବା ପ୍ରମାଣିତ ହେଲେ ୬ ମାସ ପର୍ୟ୍ୟନ୍ତ ଜେଲ୍ ଓ ଜରିମାନା ଭୋଗିବାକୁ ପଡ଼ିବ । ଏନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଓଡ଼ିଶା ପଞ୍ଚାୟତ ଆଇନର ସଂଶୋଧନ କରାଯିବ । ସୂଚନାଯୋଗ୍ୟ, ପୂର୍ବରୁ ଏହି ନିୟମ ଲୋକସଭା ଓ ବିଧାନସଭା ନିର୍ବାଚନ ବେଳେ କଡ଼ାକଡ଼ି ଲାଗୁ କରାଯାଉଥିଲା । ଫଳରେ ସାଂସଦ ତଥା ବିଧାୟକ ପ୍ରାର୍ଥୀ ନିଜ ସମ୍ପର୍କତ ସମସ୍ତ ତଥ୍ୟ ଦାଖଲ କରୁଥିଲେ । ଏବେ ଏହାକୁ ତୃଣମୂଳ ସ୍ତରରେ ଲାଗୁ କରାଯାଇଛି । ଏହାଦ୍ୱାରା ପଞ୍ଚାୟତ ନିର୍ବାଚନରେ କେତେ ସ୍ୱଚ୍ଛତା ଆସିବ ତାହା ଭବିଷ୍ୟତରେ ହିଁ ଜଣାପଡ଼ିବ । Categories: ଓଡ଼ିଶା, ମହାନଗର, ହୋମ୍ Related Content କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ by Proprietor Abhimanyu Maharana June 23, 2026 ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ by Proprietor Abhimanyu Maharana June 23, 2026 ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା by Proprietor Abhimanyu Maharana June 23, 2026 ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି by Proprietor Abhimanyu Maharana June 22, 2026 ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ - କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..? by Proprietor Abhimanyu Maharana June 22, 2026 ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ by Proprietor Abhimanyu Maharana June 22, 2026