ଭିନ୍ନକ୍ଷମ ମାନଙ୍କ ପାଇଁ ଓଡିଶା ସାମ୍ବାଦିକ ସଙ୍ଗଠନ ତରଫରୁ ମାଗଣା ଅଟୋ ସେବା କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୨୪ ଡିସେମ୍ବର ଶୁକ୍ରବାର) ପୁରୀ :- ଓଡ଼ିଶା ସାମ୍ବାଦିକ ସଙ୍ଗଠନ ତଥା ଓଜା ପୁରୀ ଶାଖା ତରଫରୁ ଜଗତର ନାଥ ଜଗନ୍ନାଥଙ୍କ ପୀଠ ପୁରୀର ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭିନ୍ନକ୍ଷମ ମାନଙ୍କ ପାଇଁ ମାଗଣା ଅଟୋ ସେବା ଯୋଗାଇ ଦିଆଯାଇଛି । ପୁରୀ ଏକ ଆଧ୍ୟାତ୍ମିକ ସ୍ଥଳୀ ହୋଇଥିବାରୁ ଅନେକ ଯାତ୍ରୀ ଏଠାକୁ ନୀତି ଆସିଥାନ୍ତି । ସେମାନଙ୍କ ମଧ୍ୟରେ ଯେଉଁମାନେ ଭିନ୍ନକ୍ଷମ ରହିଯାଆନ୍ତି ପୁରୀ ଭ୍ରମଣ କରିବାରେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏତଦ୍ ବ୍ୟତୀତ ପୁରୀର ଅନେକ ଭିନ୍ନକ୍ଷମ ବାସିନ୍ଦା ହଇରାଣ ହେଉଥିବାର ଦେଖାଯାଏ ।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସାମ୍ବାଦିକ ସଙ୍ଗଠନ ପୁରୀ ଶାଖା ତରଫରୁ ମାଗଣା ଅଟୋ ସେବା ସେମାନଙ୍କୁ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ । ତତ୍ ସହିତ ଓଡ଼ିଶା ସାମ୍ବାଦିକ ସଙ୍ଗଠନର ଟ୍ରଷ୍ଟି ମୁଖ୍ୟ ତଥା ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ଦାସ, ସଭାପତି ମୁକୁନ୍ଦ କୁମାର ସିହ୍ନା,ଉପସଭାପତି ଅନଘ ପଣ୍ଡା,

ରାଜ୍ୟ ବ୍ୟୁରୋ ହେଡ଼ ତଥା ପୁରୀ ଜିଲ୍ଲା ଓଜା ସଭାପତି ଶ୍ରୀ ଲାଲା ଅନନ୍ତ କୁମାର ସିଂହ, ଉପଦେଷ୍ଟା ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ସିହ୍ନା,ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର, ସାମ୍ବାଦିକ ମାନଙ୍କ ମଧ୍ୟରେ ସୁଜିତ ମହାପାତ୍ର, ସରୋଜ ମଲ୍ଲିକ,ସ୍ୱାଗତିକା ବେହେରା, ଶୁଭାଶିଷ ପଣ୍ଡା, ଜି ବାପି, ଓଜା ସଦସ୍ୟ ଦେବରାଜ ଦାସ, ସତ୍ୟନାରାୟଣ ସାହୁ,ଦେବେନ୍ଦ୍ର ସୁବୁଦ୍ଧି ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମାଣ୍ଡିତ୍ୱ କରିଥିଲେ ।

Exit mobile version