ଓଡ଼ିଶା ତାଜା ନ୍ୟୁଜ୍ (୨୪ ଡିସେମ୍ବର ଶୁକ୍ରବାର) ରଣପୁର ନିର୍ବାଚନମଣ୍ତଳୀ ,ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନମଣ୍ତଳୀ ଚାନ୍ଦପୁରଠାରେ ଚଳିତମାସ ୨୬ତାରିଖ ରବିବାର ଅପରାହ୍ନରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠାଦିବସ ଧୂମଧାମରେ ପାଳନପାଇଁ ବିଧାୟକ ସତ୍ୟନାରାୟଣ ପ୍ରଧାନ ଉଦ୍ୟମ କରୁଛନ୍ତି । ପ୍ରାୟ ଦୁଇହଜlର କର୍ମୀଙ୍କ ଯୋଗଦାନକୁ ନିଶ୍ଚିତ କରାଯାଇଛି I ଏନେଇ ଏକପ୍ରସ୍ତୁତି ବୈଠକରେ କାର୍ଯ୍ୟକ୍ରମ ରୂପରେଖ ଚୂଡ଼ାନ୍ତ କରାଯାଇଛି l ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟରଖି ପ୍ରାୟ ଡଜନେରୁ ଉର୍ଦ୍ଧ୍ଵ ଦଳୀୟକର୍ମକର୍ତା ଉପସ୍ଥିତକର୍ମୀଙ୍କୁ ଉଦ୍ବୋଧନଦେବେ ଏବଂ ପରେଦଳମୁଖିଆ ନବୀନବାବୁଙ୍କ ଗୁରୁମନ୍ତ ସିଧାପ୍ରସାରଣ ମାଧ୍ୟମରେ କର୍ମୀ ସଭାସ୍ଥଳରେ ଶୁଣିବାର ବ୍ୟବସ୍ଥା କରାଯାଇଛି I
ସୁସଜ୍ଜିତ ମଞ୍ଚ,ଆକର୍ଷଣୀୟ ତୋରଣ,ରଂଗାରଗକାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ବାର୍ତା ପ୍ରଚାର, ଶୃଖଳାରକ୍ଷା,ସରକାରୀ ମାର୍ଗଦର୍ଶୀଅନୁଯାଇ ସଭା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଉଛି । ଦଳକୁ ଏକତାର ସୂତ୍ରରେ ବାନ୍ଧି ଆଗକୁ ବଢ଼ିବାର ଲକ୍ଷ୍ୟ ବିଧାୟକ ରଖିଛନ୍ତି ଓ ମହିଳାମାନଙ୍କ ଯୋଗଦାନକୁ ଗୁରୁତ୍ଵ ଦିଆଯାଉଛି I ବିଜୁ ସ୍ୱାସ୍ଥ୍ୟ କାର୍ତ ଓ କୋଭିଡ଼ ସହାୟତାର କଥା ସଭାରେ କୁହାଯିବ I
