ପିପିଲି ମହାବିଦ୍ୟାଳୟ ପରିସରରେ ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ – ୨୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ

ବିଧାୟକ ରୁଦ୍ରପ୍ରତାପ ମହାରଥୀ ୨୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ ।

ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ଗୁରୁବାର) ପିପିଲି :- ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଦ୍ୱାରା ,ପିପିଲି ମହାବିଦ୍ୟାଳୟ ପରିସରରେ ନିର୍ମାଣ ହେବାକୁ ଥିବା ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ସଂପନ୍ନ ହୋଇଛି । ଏହି ଅବସରରେ କଲେଜର ଉନ୍ନତି ପାଇଁ ୨୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ ।

ବିଧାୟକ ଶ୍ରୀ ମହାରଥୀଙ୍କୁ ପିପିଲି ମହାବିଦ୍ୟାଳୟ ପକ୍ଷରୁ ସ୍ୱାଗତ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଲେଜର ଅଧ୍ୟକ୍ଷ ଡ଼ଃ ଭୀମସେନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀମହାରଥୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ । କଲେଜର ଅତ୍ୟାଧୁନିକ ଶ୍ରେଣୀଗୃହ ନିର୍ମାଣ ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର‌୍ୟ୍ୟପାଇଁ ଦୁଇଟି ପର‌୍ୟ୍ୟାୟରେ ୨୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଶ୍ରୀମହାରଥୀ ଘୋଷଣା କରିଥିଲେ ।

ଅଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ କଲେଜର ସଫଳତା ସଂପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶରତ ଚନ୍ଦ୍ର ଦାଶ, ତ୍ରିନାଥ ଶତପଥୀ, ଡ଼ଃ ସଚ୍ଚିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବରିଷ୍ଠ ଅଧ୍ୟାପକ ଶିବ ପ୍ରସାଦ ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version