ଭବାନୀପାଟଣାର ପୂର୍ବତନ ପୈାରପାଲିକା କର୍ମଚାରୀଙ୍କ ଦେହାନ୍ତ

ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ଗୁରୁବାର) କଳାହାଣ୍ଡି :-  ଭବାନୀପାଟଣା ପୈାରପାଲିକାର ପୂର୍ବତନ କର୍ମଚାରୀ ତଥା ସମାଜସେବୀ କାଳିଆ ନାଏକଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନରୁ ସେ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ନିଜ ବାସଭବନ ଭବାନୀପାଟଣା ଗୋପବନ୍ଧୁ ନଗର ଠାରେ ଇହଧାମ ତ୍ୟାଗ କରିଥିଲେ ।

୬ ଗୋଟି ପୁଅ ମଧ୍ୟରୁ ପ୍ରଦୀପ ନାଏକ,ଆକାଶ ନାଏକ,ପ୍ରିୟାଶୁ ନାଏକ,କ୍ରିଷ୍ଣା ନାଏକ ଓ ଆନନ୍ଦ ନାଏକ ଉପସ୍ଥିତ ଥିବା ବେଳେ ଭାଇମାନଙ୍କ ମଧ୍ୟରେ ଗୋରେଖ ନାଏକ, ଗୋପାଳ ନାଏକ, ପ୍ରମୋଦ ନାଏକ, ରୁଦ୍ର ନାଏକ, କ୍ଷମା ନାଏକ ଓ ଝିଅ, ଜ୍ୱାଇଁ ଉପସ୍ଥିତ ଥିଲେ।

ତାଙ୍କ ଶେଷ ଦର୍ଶନ ପାଇଁ ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକ, କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ପୂର୍ବତନ ପୈାରପାଲିକା ଅଧ୍ୟକ୍ଷା ଲଲିତା ନାଏକ, ଭବାନୀପାଟଣା ସବଟ୍ରେଜର ବସନ୍ତ ନାଏକ ଓ ବାର୍ ଆସୋସିଏସନ୍ ସଂପାଦକ ଅଶ୍ଵିନ ଦାସ ଉପସ୍ଥିତ ଥିଲେ। ବଡ଼ ପୁଅ ପ୍ରଦୀପ ନାଏକ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁ ପରେ ଭବାନୀପାଟଣା ସହରରେ ଶୋକରେ ଛାୟା ଖେଳିଯାଇଛି ।

Exit mobile version