ଓଡ଼ିଶା ତାଜା ନ୍ୟୁଜ୍ (୨୨ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ୨୦୨୧ ଓଡ଼ିଶା ରାଜ୍ୟ ମତ୍ସ୍ୟଚାଷୀଙ୍କର ଆବଶ୍ୟକତା ଓ ଆଗ୍ରହକୁ ଦେଖି କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛ ଫାର୍ମ ମଧ୍ୟରେ ରାଜ୍ୟର ପ୍ରଥମ ଗିଫଫ ଟିଲାପିଆ ହ୍ୟାଚେରୀ ବା ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ପ୍ରତିଷ୍ଠା ହୋଇଥିବା ଏହି ହ୍ୟାଚେରୀ ଦ୍ୱାରା ଆମ ରାଜ୍ୟର ଚାଷୀମାନଙ୍କର ଆବଶ୍ୟକତା ପୂରଣ ସହିତ ଏହି ଅଧିକ ଅମଳକ୍ଷମ ପ୍ରଜାତିର ଯାଆଁଳ ପଡ଼ୋଶୀ ରାଜ୍ୟକୁ ମଧ୍ୟ ପଠାଯାଇପାରିବ । କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛଫାର୍ମ ରାଜ୍ୟର ଏକ ଅଗ୍ରଣୀ ମାଛଫାର୍ମ । ଏଠାରେ କାର୍ପ ମାଛ ସହିତ ଅନ୍ୟ କେତେକ ଉନ୍ନତ ପ୍ରଜାତିର ମାଛ ଯାଆଁଳ ଉତ୍ପାଦନ ବ୍ୟତୀତ ଗବେଷଣା ଓ ଚାଷୀଙ୍କୁ ଜ୍ଞାନକୌଶଳ ପ୍ରଦାନ କରାଯାଉଛି ।