ରାଜ୍ୟ ସ୍ତରୀୟ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ ର ବୁଦ୍ଧିଜୀଜି ସମ୍ମିଳନୀ – ୨୦ ୨୧

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଡିସେମ୍ବର ମଙ୍ଗଳବାର ) ରାଜସୁନାଖଳା ରଣପୁର/ବୋଲଗଡ :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ – ୨୦ ୨୧ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସଦ ପ୍ରତିନିଧି ତଥା ପୂର୍ବତନ ରଣପୁର ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ମୁଖ୍ୟ ବକ୍ତା ଭାବେ ରାଜସୁନାଖଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ କୁବେର ବିଶ୍ୱାଳ,

ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କିଶୋର କୁମାର ରାଉତରାୟ, ବିଜେଡି ରଣପୁର ବ୍ଲକ ସଭାପତି ପାଣ୍ଡଵ ସେଠି, ଯୁବ ନେତା ସ୍ବର୍ଣ୍ଣ ପ୍ରକାଶ ରାଉତ୍ତରାୟ, ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ, ରାଜସୁନାଖଳା ସରପଞ୍ଚ ସସ୍ମିତା ସାହୁ, ଆଇନୀଜୀବୀ ରାମକୃଷ୍ଣ ପଟ୍ଟନାୟକ, ଯୁବ ସମାଜସେବୀ ଜ୍ୟୋତି ରଞ୍ଜନ ଦଶ ସମ୍ମାନିତ ବକ୍ତା ଭାବେ ବ୍ୟଙ୍ଗ କବି ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l

ଅତିଥିମାନଙ୍କୁ ଚନ୍ଦନ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସଭାକାର୍ଯ୍ୟକୁ ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଆଇନୀଜୀବୀ ରାଜିବ ଲୋଚନ ପ୍ରଧାନ ସଭାକାର୍ଯ୍ୟକୁ ପରିଚାଳନା କରିବା ସହ ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ସଂଯୋଜନା କରିଥିଲେ l ବିକଶିତ ଓଡିଶା ଗଠନରେ ବୁଦ୍ଧିଜୀବି ମାନଙ୍କର ଭୂମିକା ସମ୍ପର୍କରେ ଫାଉଣ୍ଡେସନର ରଣପୁର ବ୍ଲକ ସଂଯୋଜକ ଦାଶରଥି ସାହୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ l

ଏହି ଉତ୍କଳୀୟମ ଫାଉଣ୍ଡେସନ କେବଳ ଓଡିଶା ନୁହେଁ ଓଡିଶା ବାହାରେ ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରି ଆସୁଅଛି l ଏହି ଫାଉଣ୍ଡେସନ ବର୍ତମାନ ସୁଧା ୧୧ ଟି ରାଜ୍ୟରେ କାର୍ଯ୍ୟ କରି ଆସୁଅଛି l ଆଜିର କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ଏହି କାର୍ଯ୍ୟକ୍ରମରେ ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ହାସଲ କରିଥିବା ସ୍ପ୍ରିଙ୍ଗ ଗାର୍ଲ ପ୍ରିୟା ପ୍ରିୟଦର୍ଶିନୀ ନାୟକ କିଛି ସମୟ ପର୍ଯ୍ୟନ୍ତ ଆକର୍ଷଣୀୟ ତଥା ଚମତ୍କାର ଭାବେ ଯୋଗ ପ୍ରଦର୍ଶନ କରିଥିଲେ l

ଏଥିରେ ଅଭିମନ୍ୟୁ ମହାରଣା, ସୁଶୀଲ କୁମାର ରଣା, ସ୍ପ୍ରିଙ୍ଗ ଗାର୍ଲ ପ୍ରିୟ ଦର୍ଶିନୀ ନାୟକ,ପ୍ରଶନ୍ନ ସ୍ୱାଇଁ, ରାକେଶ ପାଢ଼ୀ, ଅଭିମନ୍ୟୁ ମହାରଣା, ସୁଶୀଲ କୁମାର ରଣା,ସନ୍ତୋଷ ପ୍ରଧାନ,ଭାସ୍କର ସେଠୀ,ଦାଶରଥି ମହାପାତ୍ର,ନବ କିଶୋର ସାଥୁଆ,ତ୍ରିନାଥ ରାଉତ,

ଉପେନ୍ଦ୍ର ପଟ୍ଟନାୟକ, ବୃନ୍ଦାବନ ମାହାନ୍ତି, ପ୍ରଫୁଲ୍ଲ ମହାରଣା,ସାମାଜିକ କର୍ମୀ, ସାମ୍ବାଦିକ, ପୋଲିସ, ସରପଞ୍ଚ, କୁନି ନୃତ୍ୟ ଶିଳ୍ପୀ, ଶିକ୍ଷକ, କବି କବୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଓଡିଶାର କୋଣ ଅନୁକୋଣରୁ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ l

Exit mobile version