ଆର ଡି ସି ଙ୍କୁ ସମର୍ଦ୍ଧନା – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଡିସେମ୍ବର ମଙ୍ଗଳବାର ) ବରଗଡ଼ :- ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଆଜି ବରଗଡ଼ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ଠାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଲାଇ ଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆରଡିସି ଶ୍ରୀ ଦଲାଇ ଯୋଗଦେଇ କଳାକାର ମାନଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ପ୍ରକାର ସୁବିଧା ରୁ ବଞ୍ଚିତ କରାଯିବ ନାହିଁ ବୋଲି କହିଥିଲେ।

ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ତାଙ୍କୁ ସଂଘ ମୋମେଣ୍ଟୋ ସହ ଉପଢ଼ୌକନ ଦେଇ ସମର୍ଦ୍ଧିତ କରିଥିଲେ। ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ, ଉପାଧ୍ୟକ୍ଷ ଭୁବନେଶ୍ୱର ପଧାନ, ଶଙ୍କର ପଟ୍ଟନାୟକ, ଅଶ୍ବିନୀ କୁମାର ପଣ୍ଡା,ପ୍ରଭାସ ମହଲା ଆଦି ଅନେକ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।

Exit mobile version