ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଡିସେମ୍ବର ମଙ୍ଗଳବାର ବରଗଡ଼ :- ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଜିଲ୍ଲା କ୍ରୀଡ଼ା ସାଂସଦ ପକ୍ଷରୁ ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ ୨୦୨୧ ଆଜି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିବା ସହ କ୍ରୀଡ଼ା ମସାଲକୁ ସ୍ଥାପନ କରିଥିଲେ । ଦୁଇ ଦିନ ଧରି ହେବାକୁ ଥିବା ଏହି ଆଥଲେଟିକ ମିଟ ରେ ଜିଲ୍ଲା ର ସ୍କୁଲ, କଲେଜ ତଥା କ୍ଲବ ଗୁଡ଼ିକ ର ବିଭିନ୍ନ ବର୍ଗର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି ।

ଆଜି ସକାଳୁ ବରଗଡ଼ ର ଗ୍ରାମ ଦେବୀ ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରୁ ମସାଲ ଅଣାଯାଇ ସହର ପରିକ୍ରମା କରିଥିଲେ। ପରେ ଏହାକୁ ମୁଖ୍ୟ ଅତିଥି ସ୍ଥାପନ କରି ମିଟ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର ମିଶ୍ର, କ୍ରୀଡା ସମ୍ପାଦକ ହରଦୀପ ସିଂ, କ୍ରିକେଟ ସମ୍ପାଦକ ରବିନାରାୟଣ ପଣ୍ଡା, କାଉନସିଲ ସଭ୍ୟ ଦିଲ୍ଲିପ ସିଉଡିଆ, ଡାକ୍ତର ଶୁଭ୍ରାଂଶୁ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

Exit mobile version