ମା ତାରିଣୀ ଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ – ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ଡିସେମ୍ବର ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲ ମଡ଼ା ଗ୍ରାମର ମା ତାରିଣୀ ଯାତ୍ରା କମିଟି ଆନୁକୁଲ୍ୟରେ ମା ତାରିଣୀ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମା ଙ୍କ ରିତି କାନ୍ତି ଅନୁଯାୟୀ ପୂଜା,ହୋମ ,ସଙ୍କୀର୍ତ୍ତନ କରାଯାଇ ମା ତାରିଣୀ ଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । ବାର୍ଷିକ ଉତ୍ସବରେ ସିଂଙ୍ଘାପଡା ଗ୍ରାମ ତରଫରୁ ରାମ ଅଭିଷେକ ପୌରାଣିକ ନାଟକ ପରିବେଷଣ କରାଯାଇଥିଲା । ମା ତାରିଣୀ ଙ୍କ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ତାରିଣୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।

ତତ୍ ସହିତ ଖାଲ ମଡ଼ା ଗ୍ରାମ ରାଜନୀତି ହେଉ କିମ୍ବା ବିଭିନ୍ନ ଉତ୍ସବ ହେଉ ପ୍ରତିଟି କାର୍ଯ୍ୟ ସମ୍ପାଦନ ହେବାରେ ଲୋକମାନେ ପାରଙ୍ଗମ ବୋଲି କହିବା ସହ ୨୭ ବର୍ଷ ଧରି ମା ତାରିଣୀ ଙ୍କ ବାର୍ଷିକ ଉତ୍ସବ ପାଳିତ ହେଉଥିବାରୁ ଯାତ୍ରା କମିଟି ଏବଂ ଗ୍ରାମବାସୀ ଙ୍କ ଅବଦାନ କୁ ପ୍ରଶଂସା କରିଥିଲେ । ତତ୍ ସହିତ ମା ତାରିଣୀ ଙ୍କ ଏକ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ସହ ଗ୍ରାମ ର ପ୍ରତିସାହି ର ବିଭିନ୍ନ ଆବଶ୍ୟକତା ପୂରଣ କରାଯିବ ବୋଲି କହିଥିଲେ । ଏପରିକି ଖାଲ ମଡ଼ା ଗ୍ରାମ କୁ କିପରି ଅନ୍ତରର ସହ ଭଲ ପାଆନ୍ତି ସେ ଉପରେ ଅଭିଭାଷଣ ରଖିଥିଲେ ଦଶପଲ୍ଲା ବିଧାୟକ ।

ଖାଲମଡ଼ା ଗ୍ରାମ ର ବିକାଶ ପାଇଁ ଗେଟ୍,ପ୍ରଭୁ ରାମେଶ୍ବର ମନ୍ଦିର ପ୍ରାଚୀର ,ମା ତାରିଣୀ ଙ୍କ ପୂଜା ସାମଗ୍ରୀ ରଖିବା ପାଇଁ ଗୃହ, କଇଁଆ ସାହି କଂକ୍ରିଟ ରାସ୍ତା ,ମା ଭୂଇଆଣୀ ମନ୍ଦିର କଂକ୍ରିଟ ରାସ୍ତା,ବିଦ୍ୟାଳୟ ର ମରାମତି ପାଇଁ ୨ ଲକ୍ଷ, ପତର ସାହି ପାଇଁ କଂକ୍ରିଟ ରାସ୍ତା,ହରିଜନ ସାହି ମଣ୍ଡପ ଏବଂ ମା ମଙ୍ଗଳା ମନ୍ଦିର ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଧାୟକ ଙ୍କ ନିଜସ୍ଵ ପାଣ୍ଠି ଏବଂ ପ୍ରଚେଷ୍ଟା ଯୋଗୁଁ ହୋଇପାରିଥିବା ରୁ ଗ୍ରାମବାସୀ ଙ୍କ ତରଫରୁ ବିଧାୟକ ଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା ।

ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ନୂଆଗାଁ ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଯାତ୍ରା କମିଟି ସମ୍ପାଦକ ବାନମ୍ବର୍ ପ୍ରଧାନ ପ୍ରଧାନ ଯୋଗ ଦେଇଥିବା ବେଳେ ସ୍ଵେଚ୍ଛାସେବୀ ନିତୁନ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମା ତାରିଣୀ ଯାତ୍ରା କମିଟି ତରଫରୁ ଦଶପଲ୍ଲା ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Exit mobile version