ଜଳ ସଂରକ୍ଷଣ ଉପରେ ସଚେତନତା ସଭା

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ନୟାଗଡ଼ :- ଅନନ୍ୟା ଫାଉଣ୍ଡେସନ୍ ଓ ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ତରଫରୁ ଆଜି ବୋଲଗଡ଼ ସ୍ଥିତ ସଚିଦେବା ବିଜ୍ଞାନ କୋଚିଂ ସେଣ୍ଟରରେ ଜଳ ସଂରକ୍ଷଣ ଉପରେ ଏକ ସଚେତନତା ସଭା ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଅନନ୍ୟା ଫାଉଣ୍ଡେସନ ତରଫରୁ ଆଶୁତୋଷ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମାନସ କୁମାର ମହାପାତ୍ର, ଗାନ୍ଧି କୁମାର ସାହୁ ଓ ବିକାଶ ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ । ଜଳ ସଂରକ୍ଷଣ ଉପରେ ଅତିଥିମାନେ ସମ୍ୟକ ସୂଚନା ଦେବା ପରେ ପ୍ରତିଯୋଗୀମାନେ ଜଳ ସଂରକ୍ଷଣ ଉପରେ ନିଜର ଅଭିଭାଷଣ ରଖି ପୁରସ୍କାର ଗ୍ରହଣ କରିଥିଲେ । ପ୍ରଜ୍ଞା ପରମିତା ଦାସ, ସାହାନା ଅକ୍ତର୍, ନୀଳମାଧଵ ପରିଡ଼ା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଶେଷରେ ଅନନ୍ୟା ଫାଉଣ୍ଡେସନ ତରଫରୁ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା । ସୂଚନାଯୋଗ୍ୟଯେ ଗତ କିଛି ଦିନ ପୂର୍ବରୁ ଜଳ ସଂରକ୍ଷଣ ଉପରେ ଏକ ସଚେତନତା ଶିବିର ସେମିଓଟିକ୍ ଶିକ୍ଷାନୁଷ୍ଠାନ, ନୟାଗଡ଼ଠାରେ ଆୟୋଜିତ ହୋଇଥିଲା । ଆଗାମୀ ଦିନ ମାନଙ୍କରେ ଏଭଳି ସଚେତନତା ଶିବିର ଜାରି ରହିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ମୁଖ୍ୟାଳୟରୁ ସୂଚନା ମିଳିଛି ।

Exit mobile version