ବହୁ ପ୍ରତୀଖିତ : ବାଙ୍କୀ,ବୈଦେସ୍ୱର,ବଡ଼ମ୍ବା ସେତୁ କୁ ଆଜି – ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି 

ଦୁଇ ଦେବୀଙ୍କ ମଧ୍ୟରେ କମିଲା ଦୂରତା

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ବାଙ୍କୀ,ବୈଦେସ୍ୱର-ବଡ଼ମ୍ବା :- ବହୁ ପ୍ରତୀଖିତ ବାଙ୍କୀ,ବୈଦେସ୍ୱର-ବଡ଼ମ୍ବା ମଧ୍ୟରେ ନିର୍ମିତ ହୋଇଥିବା  ସେତୁ କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଧେଶ୍ୟରେ ସମର୍ପିତ କରିଛନ୍ତି । ସାଢେ ୩ କିଲୋମିଟର ଦୂରତା ବିଶିଷ୍ଟ ଏହି ସେତୁ ନିର୍ମିତ ହେବାପାଇଁ ଖର୍ଚ୍ଚ ହୋଇଛି ୧୧୧ କୋଟି ଟଙ୍କା । ଏହି ସେତୁ ହେବା ଫଳରେ ଗୋପୀନାଥପୁର-ସିଂହନାଥ ପୀଠ-ବୈଦେସ୍ୱର ମଧ୍ୟରେ ୪୫ କିଲୋମିଟର ଦୂରତ୍ୱ କମିବ ଫଳରେ ୫ ଲକ୍ଷ ଲୋକ ଉପକୃତ ହେବେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ବେଳେ ତାଙ୍କ ସହ ବାଙ୍କୀ, ବଡ଼ମ୍ବା ବିଧାୟକ ଶ୍ରୀଯୁକ୍ତ ଦେବୀରଂଜନ ତ୍ରିପାଠୀ ଓ ଦେବୀ ମିଶ୍ର ଯୋଗ ଦେଇଥିଲେ ।

ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ପହଂଚି ସେତୁ ଉଦ୍ଘାଟନ କରି ବୈଦେସ୍ୱର ଠାରେ ବିପୁଳ ଜନସମାଗମରେ ଯୋଗ ଦେଇ ଲୋକମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସେତୁ ସମ୍ପୃକ୍ତ ଅଂଚଳରେ ପର୍ଯ୍ୟଟନର ବିକାଶ ସହ ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତିର ପ୍ରମୁଖ ମାଧ୍ୟମ ସାଜିବ କିନ୍ତୁ ସବୁଠୁ ବଡ଼ ଦୁଃଖର ବିଷୟ ହେଲା ସେତୁର ନାମକରଣ ବର୍ତମାନ ପର୍ଯ୍ୟନ୍ତ ହୋଇନାହିଁ ।

ପୁର୍ବରୁ ପୂଜ୍ୟପୁଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥି ଏହି ସେତୁଟି ବାଙ୍କୀର ବରପୁତ୍ର ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ନାମରେ ନାମିତ କରିବାକୁ ପୂର୍ତ୍ତ ଓ ସଂସ୍କୃତି ବିଭାଗକୁ ଚିଠି ଲେଖି ଦାବୀ କରିଥିଲେ ଏଥିସହିତ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦାବୀ ମଧ୍ୟ ସେଇଆ ଥିଲା । କିନ୍ତୁ ଏହି ଦାବୀକୁ ଏପର୍ଯ୍ୟନ୍ତ ବିଚାର କୁ ନିଆଗଲା ନାହିଁ ଯାହାକି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ସ୍ଥାନୀୟ ଅଞ୍ଚଳର ବରପୁତ୍ରଙ୍କ ନାମରେ ସେତୁର ନାମକରଣ ନେଇ କେଉଁଠି ଅସୁବିଧା ରହୁଛି ଏବଂ ଏଥିପ୍ରତି ସରକାର ଙ୍କର ଆନ୍ତରିକତା ଅଭାବ ବୋଲି ସଧାରଣରେ ପ୍ରଶ୍ନଵାଚି ସୃଷ୍ଟି ହୋଇଛି ।

Exit mobile version