ବିଭିନ୍ନ ପଞ୍ଚାୟତରେ ଦଶପଲ୍ଲା ବିଧାୟକ ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ୍ କାର୍ଡ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର, ବେରୁଆଁ ବାରି, ବାହାଡ ଝୋଲା, ଗୁମୀ , କାପ୍ତା ପଲ୍ଲୀ, ଜାକେଡ଼ା,ମାଇ ଛେଳି,ପାରା ଢିପି,ଉଦୟପୁର,ମାଳିସାହି, ଢେଙ୍କେଣା,ଖଣ୍ଡୁଗାଁ, ଚାହାଳି , ଦୁରୁଦୁରା, ମହିପୁର , ଗାତେରୀ ଆଦି ପଞ୍ଚାୟତ ରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଐତିହାସିକ ଯୋଜନା କହିବା ସହ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ଯୋଗୁଁ ଗରିବ ପରିବାରରେ ହସ ଫୁଟିଥିବା କହିଥିଲେ ।

ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଜଣାଇବା ସହ ଯୋଗ୍ୟ ହିତାଧିକାରୀ ଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ୍ କାର୍ଡ ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ବିଡ଼ିଓ ପ୍ରମୋଦ କୁମାର ନାୟକ,ସରପଞ୍ଚ ,ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଯୋଜନା କୁ ଯୋଗ୍ୟ ହିତାଧିକାରୀ ପ୍ରଶଂସା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ ।

Exit mobile version