ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ : ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ – କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର କାର୍ଯ୍ୟନିର୍ବାହୀ କମିଟି ବୈଠକ ରବିବାର କଲେଜର ଆର୍ଟସ-ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି ।କମିଟିର ଡ଼ଃ ଶଙ୍କର ପ୍ରସାଦ ବକ୍ସିଙ୍କ ଅଧ୍ୟକ୍ଷତାରେ ଏହି କା କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଏବଂ ସମ୍ପାଦକ ଶ୍ରୀ ନାସିର ବେଗ ପ୍ରମୁଖ ମଞ୍ଚଆସିନ ଥିଲେ ।ବୈଠକରେ ମୁଖ୍ୟତଃ କଲେଜ ପରିସରରେ ଥିବା କଲେଜର ପୁରାତନ ଛାତ୍ର ସଂସଦର ଅତିଥିଭବନ ଓ ଆଗାମୀ ଜେନେରାଲ ବଡ଼ି ମିଟିଙ୍ଗ ସମେତ “ମୋ କଲେଜ ଅଭିଯାନ” ଆଲୁମିନି ସମ୍ପର୍କରେ ବିସ୍ତୃତ ଭାବେଆଲୋଚନା କରା ଯାଇଥିଲା ।

ଅନ୍ୟପକ୍ଷରେ ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା ଏବଂ ପୁରାତନ ଛାତ୍ର ସଂସଦର ଅତିଥିଭବନ ସମ୍ପର୍କରେ ଆଲୋଚନା କରି ସମାଧାନ ପନ୍ଥା ବାହାର କରିବା ପାଇଁ ପୁରାତନ ଛାତ୍ର ସଂସଦର ଏକ ପ୍ରତିନିଧି ଦଳ ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବା ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ଶ୍ରୀ ଦେବାଶିଷ ପାଢ଼ୀ , ଶ୍ରୀ ରୂପେଶ ସାହୁ , ଶ୍ରୀ ଗଜେନ୍ଦ୍ର ପଣ୍ଡା , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ , ଶ୍ରୀମତୀ କଳ୍ପନା ପଟନାୟକ , ସନ୍ତୋସିନୀ ପାଢ଼ୀ , ଶ୍ରୀ ହରି ମୋହନ ପଟନାୟକ , ଶ୍ରୀ ଶରତ ପାତ୍ର , ଶ୍ରୀ ପାଢି ବାବୁ ଓ ଶ୍ରୀ ପାଣ୍ଟାଲା ପ୍ରସାଦ ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ

Exit mobile version